Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ କରିଛନ୍ତି ଅଙ୍ଗନାବାଡି କେନ୍ଦ୍ର

by ସଞ୍ଜୟ ସ୍ୱାଇଁ
July 19, 2021
in Education, Planning and Development
ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ କରିଛନ୍ତି ଅଙ୍ଗନାବାଡି କେନ୍ଦ୍ର
58
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆଜିର ଶିଶୁ କାଲିର ଭବିଷ୍ୟତ । ପଢିଲେ ବଢିବ ଜ୍ଞାନ, ବଢିବ ଯଶ । କିନ୍ତୁ ପାଠ ପଢିବା ପାଇଁ ଆବଶ୍ୟକ ଉତ୍ତମ ପରିବେଶ । ଏଥି ପାଇଁ ସରକାରଙ୍କର କାହିଁ କେତେ ଯୋଜନା କିନ୍ତୁ ଯଦି ଯୋଜନାର ସଫଳ ପରିଚାଳନା ନହୁଏ ତେବେ ଯୋଜନାର ଲାଭ ବା କଣ । ନାନା ଅସୁବିଧାରେ ପାଠ ପଢୁଥିବା ପିଲାଙ୍କ ପାଇଁ ବାହାରିଛନ୍ତି ଗ୍ରାମବାସୀ । ନିଜସ୍ୱ ଉଦ୍ୟମରେ ଚାନ୍ଦା ଆଦାୟ କରି ଶ୍ରମଦାନ କରି ତିଆରି କରିଛନ୍ତି ଅଙ୍ଗନବାଡି କେନ୍ଦ୍ର । ଏପରି ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ବାଲିଚତୁରୀ ଗ୍ରାମର ନୂଆ ତିଆରି ହୋଇଛି ଘର । ଗ୍ରାମବାସୀ ହିଁ ଏହାକୁ ତିଆରି କରିଛନ୍ତି । ବୋର୍ଡ ଟିଏ ମଧ୍ୟ ଝୁଲିଛି । ଆଉ ଲେଖାହୋଇଛି ୨୩ ନମ୍ବର ୱାର୍ଡର ଆମ ଅଙ୍ଗନବାଡି କେନ୍ଦ୍ର । ବିନା ସରକାରୀ ସହାୟତାରେ ନିଜେ ବୈଠକ କରି ଚାନ୍ଦା ଆଦାୟ କରି ତିଆରି କରିଛନ୍ତି । ଆଉ ଆଶା କରିଛନ୍ତି ଏହି ଘର କାଲିର ଭବିଷ୍ୟତ ପାଇଁ ତିଆରି ହୋଇଛି । ତେବେ ସମ୍ପୂର୍ଣ ଘଟଣା ଏମିତି । ଏହି ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ୪୦ ଛାତ୍ରଛାତ୍ରୀ ପଢୁଛନ୍ତି । ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ବାର ଓଳି ଶୁଣ୍ଢୀ ପିଣ୍ଡା ଭଳି ପରିସ୍ଥିତି ଉପୁଜେ । କାହା ଘର ଚାଳିର କାହା ଘର ବରଣ୍ଡାରେ ପିଲା ପଢୁଥିଲେ । ପାଗ ପ୍ରତିକୂଳ ହେଲେ ସବୁ ବନ୍ଦ । ଏମିତି ସ୍ଥିତିରେ ଗ୍ରାମବାସୀ ଘର ଟିଏ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଯେଉଁ ସ୍ଥାନ ଚିହ୍ନଟ ହେଲା ସେହି ସ୍ଥାନ ଗାଁର ଶେଷ ମୁଣ୍ଡରେ ହେଉଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ସେଥି ପାଇଁ ଗ୍ରାମବାସୀ ଏକାଠି ହୋଇ ବୈଠକ କରି ସମାଧାନର ବାଟ ଖୋଜିଲେ ଓ ନିଜେ ଚାନ୍ଦା ଆଦାୟ କରି ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରି ନିଜେ ଶ୍ରମଦାନ କରି ଘରଟିଏ ତିଆରି କଲେ । ବହୁଦିନ ହେବ ପ୍ରଶାସନ ପାଖରେ ଅଙ୍ଗନବାଡି ଘର ଟିଏ ପାଇଁ ଗୁହାରି କରିଆସୁଥିଲେ ହେଲେ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନେକ ପ୍ରତିଶୃତି ମିଳିଥିଲା । ବାଲିଚତୁରୀ ଗାଁର ୨୩ ନମ୍ବର ୱାର୍ଡରେ ଏକ ମିନି ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଶାସନ ପକ୍ଷରୁ ବ୍ୟୟବରାଦ ହୋଇଥିଲା ବୋଲି କହନ୍ତି ଗ୍ରାମବାସୀ । ସେହିଦିନରୁ ଗ୍ରାମବାସୀ ମାନେ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ୟ୍ୟନ୍ତ ସମସ୍ତଙ୍କୁ ଭେଟି ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ । ଅଙ୍ଗନବାଡି ଘର ପାଇଁ ପ୍ରଥମେ ଯେଉଁ ସ୍ଥାନ ନିରୂପଣ କରାଯାଇଥିଲା ତାହା ଉପଯୋଗୀ ନଥିଲା ।। ଏବେ ବେସ ଖୁସି ବ୍ୟକ୍ତ କରିଛନ୍ତି ଅଙ୍ଗନବାଡି କର୍ମୀ । ସେମାନେ କହିଛନ୍ତି ଯେ ଏବେ ଆଉ ହଇରାଣ ହେବେ ନାହିଁ । ପିଲାଙ୍କୁ ନେଇ ଆଉ କାହା ଦୁଆରକୁ ଯିବେ ନାହିଂ । ଏହି ଘରେ ପିଲାଙ୍କୁ ପାଠ ପଢାଇବେ । ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହିସ୍ଥାନରୁ ବଣ୍ଟନ କରିବେ । ତେବେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ଏବେ ସରକାର ଶୁଣନ୍ତୁ ଓ ପ୍ରଶାସନ ପୁଣି ଠାରେ ବିଚାର କରି ଏହି ସ୍ଥାନରେ ନୂଆ ଅଙ୍ଗନବାଡି ଘର ଟିଏ ତିଆରି କରନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!