Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓ.ଏସ.ଏସ.ଟି.ଇ.ଟି. ର ଫର୍ମ ପୂରଣ ୨୦ ତାରଖ ଯାଏଁ ଘୁଞ୍ଚାଇ ଦିଆଯାଇଛି

by ସଞ୍ଜୟ ସ୍ୱାଇଁ
July 19, 2021
in Education, State
ଓ.ଏସ.ଏସ.ଟି.ଇ.ଟି. ର ଫର୍ମ ପୂରଣ ୨୦ ତାରଖ ଯାଏଁ ଘୁଞ୍ଚାଇ ଦିଆଯାଇଛି
83
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓ.ଏସ୍‌.ଏସ୍‌.ଟି.ଇ.ଟି) ଫର୍ମ ପୂରଣ ପାଇଁ ଧାର୍ୟ୍ୟ ହୋଇଥିବା ଅବଧିକୁ ବୋର୍ଡ ପୁଣି ୩ ଦିନ ଘୁଞ୍ଚା ଯାଇଛି । ଫର୍ମ ପୂରଣର ଶେଷ ତାରିଖ ଆସନ୍ତା ୨୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ମିଶାଇ ଚଳିତ ସପ୍ତାହରେ ଓ.ଏସ୍‌.ଏସ୍‌.ଟି.ଇ.ଟି ଫର୍ମ ପୂରଣ ଅବଧିକୁ ୨ ଥର ବଢ଼ାଗଲାଣି । ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଲାଗି ଫର୍ମ ପୂରଣ ଦାଖଲର ଶେଷ ତାରିଖ ଗତ ୧୩ ତାରିଖ ଥିଲା । ମାତ୍ର କୋଭିଡ୍‌ ସମୟରେ ବିଭିନ୍ନ ସମସ୍ୟା ଯୋଗୁଁ ଇଚ୍ଛୁକ ପ୍ରାର୍ଥୀମାନେ ଫର୍ମ ପୂରଣ କରି ପାରି ନଥିବା ଜଣାପଡିବା ପରେ ଫର୍ମ ପୂରଣ ଅବଧିକୁ ୧୩ ତାରିଖରୁ ୧୮ ତାରିଖ ଯାଏ ବଢ଼ାଯାଇଥିଲା । ଆଜି ରବିବାର ଫର୍ମ ପୂରଣର ଶେଷ ଦିନ ଥିଲା । ମାତ୍ର ଏହି ପରୀକ୍ଷା ଲାଗି ଆବେଦନକାରୀଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବହୁ କମ୍‌ ଥିବାରୁ ଫର୍ମ ପୂରଣ ଲାଗି ଆଉ ୩ ଦିନ ସମୟ ଦିଆଯାଇଛି । ଅର୍ଥାତ୍‌ ୨୦ ତାରିଖ ରାତି ୧୨ଟା ସୁଦ୍ଧା ଫର୍ମ ପୂରଣ ଦାଖଲର ଶେଷ ସମୟ ଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଓ.ଏସ୍‌.ଏସ୍‌.ଟି.ଇ.ଟି ପରୀକ୍ଷା ଲାଗି ଏଥର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!