Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଡ଼ପିଠା ତିଆରିରେ ବ୍ୟସ୍ତ ସେବକ

by ସଞ୍ଜୟ ସ୍ୱାଇଁ
July 18, 2021
in State, Toursimi
ପୋଡ଼ପିଠା ତିଆରିରେ ବ୍ୟସ୍ତ ସେବକ
43
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ ବଡ଼ଦାଣ୍ଡର ବଳଗଣ୍ଡିଠାରେ ପୂଜିତା ଠାକୁରାଣୀ ଅର୍ଦ୍ଧାଶନୀ ବା ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ଚାଲିଛି । ୨୦ ତାରିଖ ଦିନ ବାହୁଡାରେ ରଥାରୂଢ଼ ମହାପ୍ରଭୁମାନଙ୍କୁ ଏହା ସମର୍ପଣ ହେବ । ଏନେଇ ମାଉସୀ ମା’ଙ୍କ ସେବା ପୂଜା କରୁଥିବା ବିଶ୍ୱନାଥ ମିଶ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ହଜାର ୫୦୦ ଟଙ୍କା ଦିଆଯାଇଛି । ବିଶ୍ୱନାଥ ଓ ଠାକୁରାଣୀଙ୍କ ଅନ୍ୟତମ ପୂଜକ ଶୁଭେନ୍ଦୁ ତ୍ରିପାଠୀ ହବିଷାନ୍ନରେ ରହି ପୋଡପିଠା ପ୍ରସ୍ତୁତ କରୁଛନ୍ତି । ଏନେଇ ଶ୍ରୀ ମିଶ୍ର କହିଛନ୍ତି, ହେରାପଞ୍ଚମୀ ଠାରୁ ଏହି ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ୩ଟି କୁଡିଆରେ ୩ ଠାକୁରଙ୍କ ନିମନ୍ତେ ପିଠା ପ୍ରସ୍ତୁତ ହେଉଛି । ଛେନା, ଅଟା,ଚିନି, ଅଳେଇଚ, ପିସ୍ତା, ଘିଅ, ଲବଙ୍ଗ ପ୍ରଭୃତି ମିଶ୍ରଣକୁ ଚକିଟିବା ପରେ ଏହା ଗୋଟିଏ ରାତି ପାଣି ବାମ୍ପରେ ଭଲଭାବରେ ସିଝାଇବାକୁ ପଡ଼ୁଛି । ସକାଳୁ ଥଣ୍ଡା କରାଯାଇ କାଟିବା ପରେ ଏହାକୁ ଗୋଟିଗୋଟି କରି ଛଣାଯାଏ । ଠାକୁରାଣୀଙ୍କ ମନ୍ଦିରରେ ଇଟାରେ ଏନେଇ ସ୍ୱତନ୍ତ୍ର ଚୁଲି ତିଆରି କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!