Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇମାସ ପରେ ପୁଣି ରାଜଧାନୀରେ ଗଡ଼ିବ ସିଟି ବସ

by ସଞ୍ଜୟ ସ୍ୱାଇଁ
July 18, 2021
in Planning and Development, State
ଦୁଇମାସ ପରେ ପୁଣି ରାଜଧାନୀରେ ଗଡ଼ିବ ସିଟି ବସ
39
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା କାଲିଠାରୁ ଆରମ୍ଭ ହେବ ସିଟି ବସ ସେବା । ଦୁଇ ମାସ ପରେ ପୁଣି ରାସ୍ତାରେ ଗଡ଼ିବ ବସ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଲିବ । ତେବେ ଭୁବନେଶ୍ବର ସିଟି ବସ ଡିପୋରେ ବସଗୁଡ଼ିକକୁ ଆଜି ସାନିଟାଇଜ କରାଯାଉଛି । ଚଳାଚଳ ପୁର୍ବରୁ ସମସ୍ତ ବସକୁ ସାନିଜଟାଇଜ କରାଯିବ ବୋଲି କ୍ୟାପିଟାଲ ରିଜୟନ ଅର୍ବନ ଟ୍ରାନ୍ଫୋର୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବସ ଚଳାଚଳକୁ ମଧ୍ୟ ଚାହିଁବସିଛନ୍ତି ରାଜଧାନୀ ବାସିନ୍ଦା । ଲକଡାଉନ ଯୋଗୁଁ ବନ୍ଦ ହୋଇଥିଲା ସିଟି ବସ ସେବା। ସୋମବାର ଠାରୁ ୧୬ ଟି ରୁଟରେ ଏହି ସେବା ପୁଣିଥରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି CRUT । କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ । ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରାକରିବାକୁ ଅନୁମତି ଦିଆଯିବ ନାହିଁ । ସିଟ ଅନୁଯାୟୀ ପାସେଞ୍ଜର ଯିବେ । ଠିଆ ହୋଇଯିବା ପାଇଁ ପାସେଞ୍ଜରଙ୍କୁ ଅନୁମତି ବୋଲି କ୍ରୁଟ(CRUT) ପକ୍ଷରୁ କୁହାଯାଇଛି । ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ କିଛି ବସ ଜରୁରୀକାଳୀନ ସେବା ପାଇଁ ଚାଲୁଥିବା ବେଳେ ଆଉ ସମସ୍ତ ବସ ଡିପୋରେ ରହିଥିଲା । ଏପଟେ ବସ ସେବା ବନ୍ଦ ରହିଥିବାରୁ ଅନେକ ଯାତ୍ରୀ ମଧ୍ୟ ହଇରାଣ ହେଉଥିଲେ । ବସ ଚଳାଚଳ ହେଲେ ପୁଣି ସୁବିଧା ହେବ ବୋଲି ଯାତ୍ରୀ କହିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସଟିକୁ ବାରମ୍ବାର ସାନିଟାଇଜ କରି ରଖିବା ଚଲାଇବାକୁ ମଧ୍ୟ ଯାତ୍ରୀ ଦାବି କରିଛନ୍ତି । କେବଳ ସିଟି ବସ ନୁହେଁ ଆସନ୍ତାକାଲି ଠାରୁ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେଉଛି । ତେବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!