Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଦଳୀ ଦେବାକୁ ଡାକି ୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
July 18, 2021
in Crime, State
କଦଳୀ ଦେବାକୁ ଡାକି ୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ
211
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଏକ ଲୋମହର୍ଷଣ ଘଟଣା ସାମ୍ନାକୁ ଆସିଛି । ଜଣେ ୮ ବର୍ଷର ନାବାଳିକାକୁ ଆଶ୍ରମରେ ଗଣଦୁଷ୍କର୍ମ କରାଯାଇଛି । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଡୁମୁଡୁମାରେ ଥିବା ଏକ ଆଶ୍ରମରେ । ଏନେଇ ନାବାଳିକାର ମା’ ମହିଳା ଥାନାରେ ଏତଲା ଦେଇଛି । ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଛି । ବାଲିପାଟଣା ଥାନା ମଝିହରା ଅଞ୍ଚଳର ଜୟନ୍ତୀ (ଛଦ୍ମନାମ, ୩୬ ବର୍ଷ) ଦୀର୍ଘ ୪ବର୍ଷ ହେବ ଡୁମୁଡୁମାସ୍ଥିତ ଏକ ଆଶ୍ରମକୁ ଯିବା ଆସିବା କରନ୍ତି । କିଛି ଦିନ ତଳେ ତାଙ୍କ ୮ ବର୍ଷର ଝିଅର ଦେହ ଖରାପ ହୋଇଥିଲା । ଝଡ଼ାଫୁଙ୍କା ସହ ଜଡ଼ିବୁଟି ପାଇଁ ସେ ଆଶ୍ରମର ବାବାଙ୍କ ପାଖକୁ ଯାଇଥିଲେ । ବାବା କୌଣସି କାର୍ୟ୍ୟରେ ବ୍ୟସ୍ତ ଥିବାରୁ ମା’-ଝିଅ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଝିଅକୁ ପାଚିଲା କଦଳୀ ଦେବାକୁ ଡାକି ନେଇଥିଲେ ଆଶ୍ରମର ୨ ଜଣ ସଦସ୍ୟ ଚିଣ୍ଟୁ ଓ ପପୁ । ଏକ ଘର ଭିତରେ ଝିଅକୁ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ଦୁଷ୍କର୍ମ କରିଥିଲେ । ଝିଅ କାନ୍ଦିବାରୁ ତାକୁ ଛାଡ଼ି ଦେଇଥିଲେ । ଯଦି ଏ ବିଷୟରେ ମୁହଁ ଖୋଲିବୁ ତା’ହେଲେ ଆଶ୍ରମରେ ବଳି ପକାଇ ଦେବୁ ବୋଲି ଚେତାବନୀ ଦେଇଥିଲେ । କିଛି ସମୟ ପରେ ଝିଅ ମା’ ପାଖକୁ ଯାଇ ଘରକୁ ପଳାଇବା ବୋଲି ଜିଦ୍‌ ଧରି କାନ୍ଦିଥିଲା । ତେଣୁ ଆଶ୍ରମରୁ ଝିଅକୁ ନେଇ ଜୟନ୍ତୀ ଘରକୁ ପଳାଇଥିଲେ । ଘରେ ମା’ ଆଗରେ ସବୁ ଘଟଣା କହିଥିଲା ପୀଡ଼ିତା । ଜୟନ୍ତୀ ଏ ଥାନାରୁ ସେ ଥାନା ହେଲା ପରେ ଶେଷରେ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ କେସ୍‌ ନମ୍ବର ୫୯ରେ ମାମଲା ରଜୁ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୬ (ଡି)/ ୩୫୪ (ଏ)/ ୫୦୬/ ୩୪ ଓ ପକ୍ସୋ ଆକ୍ଟ ଲାଗିଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ନାବାଳିକାର ମା’ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!