Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଆରେ ପଢାଯିବ ଇଞ୍ଜିନିୟରିଂ

by ସଞ୍ଜୟ ସ୍ୱାଇଁ
July 18, 2021
in Education, State
ଓଡିଆରେ ପଢାଯିବ ଇଞ୍ଜିନିୟରିଂ
77
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନୂଆ ଜାତୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାର ବ୍ୟବସ୍ଥା ରହିଛି । ଯାହାକୁ କାର୍ୟ୍ୟକାରୀ କରିବାକୁ ଯାଇ ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ । ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଛି । ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ନିର୍ଦ୍ଦିଷ୍ଟ ବିଷୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ହୋଇଥିବା ନିଷ୍ପତ୍ତିକୁ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ ସ୍ୱାଗତ କରିଛନ୍ତି । ଜାତୀୟ ଶିକ୍ଷାନୀତି ଅନୁସାରେ ଆଞ୍ଚଳିକ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ନେଇ ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ଅନ୍ୟ ସହଯୋଗୀ ଡ. ସୁଭାସ ସରକାର, ରଞ୍ଜନ ରାଜକୁମାର, ଅର୍ଣ୍ଣପୂର୍ଣ୍ଣା ଦେବୀ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ଭେଟି ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉପରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବା ନେଇ ଟୁଇଟ୍‌ କରାଯାଇଥିଲା ।ଏ ସମ୍ପର୍କରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସାହସ୍ରବୁଦେ୍ଧ କହିଛନ୍ତି, ବୈଷୟିକ ଶିକ୍ଷା ନିୟାମକ ମନ୍ତ୍ରଣାଳୟର ସ୍ୱୟମ୍‌ ପ୍ଲାଟଫର୍ମରେ ଇଞ୍ଜିନିୟରିଂ ସମ୍ୱନ୍ଧୀୟ ସମସ୍ତ ଭିଡିଓ ବକ୍ତବ୍ୟକୁ ୮ଟି ଆଞ୍ଚଳିକ ଭାଷାରେ ଅନୁବାଦ ହୋଇସାରିଛି । ଶୀଘ୍ର ଓଡ଼ିଆ, ଆସାମ ଏବଂ ପଞ୍ଜାବୀରେ ମଧ୍ୟ ଅନୁବାଦ ହେବ । ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ଅନୁମତି କେବଳ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଆକ୍ରିଡେସନ ସ୍ୱୀକୃତିପ୍ରାପ୍ତ ପାଠ୍ୟକ୍ରମକୁ ଦିଆଯାଇଛି । ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ ସ୍ୱୟମ୍‌ ବକ୍ତୃତାର ଅନୁବାଦ ସମ୍ପୂର୍ଣ୍ଣ ହୋଇଛି । ଆମେ ବର୍ତ୍ତମାନ ଆଞ୍ଚଳିକ. ଭାଷାରେ ପାଠ୍ୟପୁସ୍ତକ ଅନୁବାଦ କରିବା ଜାରି ରଖିଛୁ ବୋଲି ପ୍ରଫେସର ସହସ୍ରବୁଦେ୍ଧ ସୂଚନା ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!