ଜଳେଶ୍ୱର, (ବାଘୁଆବାର୍ତ୍ତା): ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳୁ ୩ଟି ପଥର ବୋଝେଇ ଡମ୍ଫର ଜବତ। ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପଥର ଗୁଡିକୁ ଜବତ କରିଛି ଜଳେଶ୍ଵର ପୋଲିସ। ୩ଟି ଡମ୍ପର ବାଲେଶ୍ୱର ଜିଲ୍ଲା ବାଗୁଡ଼ି ଅଞ୍ଚଳରୁ ପଥର ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା । ଏହି ସମୟରେ ପାଟ୍ରୋଲିଂ ବେଳେ ଜଳେଶ୍ୱର ପୋଲିସ ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳେ ୩ଟି ଡମ୍ପରକୁ ଅଟକାଇଥିଲା । ସେମାନଙ୍କ ପାଖରୁ କୌଣସି କାଗଜପତ୍ର ନ ପାଇବାରୁ ଗାଡି ୩ଟିକୁ ଆଣି ଥାନା ପରିସରରେ ରଖାଯାଇଥିଲା । ପ୍ରତେକ ଦିନ ଶହ ଶହ ଟ୍ରକ ଟିକସ ଫାଙ୍କି ଚୋରା ପଥର ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ନଜର ଦେଉ ନଥିବା ଅଭିଯୋଗ ହେଉଛି । ଜଳେଶ୍ୱର ପୋଲିସର ହଠାତ ଚଢ଼ାଉ ପରେ ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା କୁହାଯାଉଛି।





