ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିର ଆଲୋକୀକରଣ ପରିକଳ୍ପନା ପାଇଁ ବିଦ୍ୟୁତ କେବୁଲ ଆସି ପହଞ୍ଚିବା ପରେ ଏବେ କେବୁଲ ବିଛାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ଆକର୍ଷୀୟ ଅଂଶ ଉପରେ ହଳଦିଆ ଉଜ୍ଜ୍ୱଳ ଆଲୁଅ ବିଛୁରଣ ପାଇଁ ପରିକଳ୍ପନା ରହିଛି । ଏକ ସ୍ୱତନ୍ତ୍ର ଧରଣର ବିଦ୍ୟୁତ ବଲ୍ବରୁ ଏହି ଆଲୁଅ ବିଛୁରଣ କରାଯିବ । ତିନି ମାସ ମଧ୍ୟରେ ଏହି ଆଲୋକୀକରଣ ପ୍ରୋଜେକ୍ଟ କାମ ଶେଷ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପରିକଳ୍ପନା କରିଛି । ଏହି ପ୍ରୋଜେକ୍ଟରେ ଦେଢ଼କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ।





