ଚାନ୍ଦବାଲି, (ବାଘୁଆବାର୍ତ୍ତା): ଚାନ୍ଦବାଲି ଏସଡିପିଓଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ବାଲିଗାଁ ଛକରୁ ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି ପିରାହାଟ ପୋଲିସ । କୋଇଲା ଗାଡିଟି ଧାମରା ରେଳପଥ ନିକଟ ନରେନ୍ଦ୍ରପୁରରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ପିରାହାଟ ପୋଲିସ ଖବର ପାଇଥିଲା । ପୋଲିସ ଚୋରା କୋଇଲା ଗାଡିକୁ ପିଛା କରି ଚାନ୍ଦବାଲି ଏନଏସି ବାଲିଗାଁରେ ଗାଡିଟିକୁ ଧରିଥିଲା । ଏଥିରେ ଚାନ୍ଦବାଲି ଏସଡିପିଓଙ୍କ ଟିମ୍ ମଧ୍ୟ ସାମିଲ ହୋଇଥିଲେ । ଗାଡିଟି ଜବତ କରିବା ପରେ ପିରାହାଟ ଥାନାକୁ ନିଆଯାଇଥିବା ଜଣାପଡିଛି ।





