Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇଦ୍ରାବାଦରେ ଅଭ୍ୟାସ ଆରମ୍ଭ କଲେ ଦୂତି

by ସଞ୍ଜୟ ସ୍ୱାଇଁ
July 17, 2021
in Sports, State
ହାଇଦ୍ରାବାଦରେ ଅଭ୍ୟାସ ଆରମ୍ଭ କଲେ ଦୂତି
41
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଲିମ୍ପିଆନ ଦୂତି ଚାନ୍ଦ ଟୋକିଓ ଟିକେଟ୍‌ ହାସଲ କରିବା ପରେ ଭୁବନେଶ୍ୱର ଆସିଥିଲେ । ବିଭିନ୍ନ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଯୋଗଦେବା ପରେ ହାଇଦ୍ରାବାଦ ଗସ୍ତ କରି ଦ ଗୌଡିୟମ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି । କୋଚ୍‌ ନାଗାପୁରୀ ରମେଶ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଦୂତି କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କିଛି ପୁଅ ପିଲାଙ୍କ ସହ ଅଭ୍ୟାସ ଜାରି ରଖିଛନ୍ତି । ସେ ଲେଖିଛନ୍ତି, କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରି ପାରିବ ନାହିଁ, ସବୁ ଆମ କର୍ମ ଉପରେ ନିର୍ଭର କରେ । ତେଣୁ କର୍ମକୁ ବିଶ୍ୱାସ କର, କର୍ମ ହିଁ ଭଗବାନ ।’ଦୂତି ପ୍ରଥମ ଭାରତୀୟ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୧୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ରିଓ ଅଲିମ୍ପିକ୍ସରେ କେବଳ ୧୦୦ ମିଟରରେ ଦୌଡ଼ିଥିଲେ । ଏଥର ସେ ଉଭୟ ୧୦୦ ଓ ୨୦୦ ମିଟରରେ ଦୌଡ଼ିବେ । ଗତ ମାସ ୨୧ ତାରିଖରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି-୪ରେ ସେ ନିଜ ପୂର୍ବ ରେକର୍ଡ ଭଙ୍ଗ କରି ନୂଆ ଜାତୀୟ ରେକର୍ଡ (୧୧.୧୭ ସେକେଣ୍ଡ) ପ୍ରତିଷ୍ଠା କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!