Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ବିଦେଶୀ ମଦ କାରଖାନା ଚଢ଼ଉ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
July 16, 2021
in Crime, State
ନକଲି ବିଦେଶୀ ମଦ କାରଖାନା ଚଢ଼ଉ, ୪ ଗିରଫ
83
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲାରେ ଗତ କିଛି ଦିନ ତଳେ ଦେଶୀ ମଦ ଭାଟି ଉପରେ ଚଢଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ ହେବା ସହ ଅନେକ ପୋଚ ନଷ୍ଟ କରାଯାଇଥିଲା । ବର୍ତ୍ତମାନ ପୁଣି ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି । ଠାବ ହେଲା ପେଟି ପେଟି ଡୁପ୍ଲିକେଟ୍ ମଦ ବୋତଲ । ଏଥିସହ ବୋତଲ, ଠିପି, ଷ୍ଟିକର୍ ଆଦି ସରଞ୍ଜାମ ମିଳିଛି । ବ୍ରାଣ୍ଡେଡ୍ କମ୍ପାନି ନାଁରେ ବଜାରକୁ ଛାଡୁଥିଲେ ବିଷ । ତେବେ ଏସବୁକୁ ଚଢ଼ଉ କରି କାବୁ କରିନେଲା ଅବକାରୀ ସ୍କ୍ୱାଡ୍ । ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନାଠୁ ଶହେ ମିଟର ଦୂରରେ ଠାବ ହୋଇଛି ଏଭଳି ନକଲି ମଦ କାରବାରର ଗୁମର । ବାଲେଶ୍ୱର ଜିଲ୍ଲା ଅବକାରୀ ଅଧୀକ୍ଷକ ସେକ ଅସରଫ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଗାଲୁରାମ ସୋରେନ, ଆଇଆଇସି ପ୍ରବୀଣ ପ୍ରଧାନଙ୍କ ସହ ବସ୍ତା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ସିଙ୍ଗଲା ଥାନା ସମ୍ମୁଖରେ ଥିବା ହାଟ ବଜାରରୁ ନକଲି ବିଦେଶୀ ମଦ ତିଆରି କରୁଥିବା ତାରାଶଙ୍କର ଜେନା (୬୦)ଙ୍କୁ ଗିରଫ କରାଯାଇଥିଲା । ଏଥିସହ ତାଙ୍କ ନିକଟରୁ ଖାଲି ବୋତଲ, ଠିପି, ଷ୍ଟିକର, ସହ ପ୍ରସ୍ତୁତ ହୋଇଥିବା ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରାଯାଇଥିଲା । ସେହିପରି ଗଙ୍ଗାଧରପୁର, ବରହମପୁର ଓ ସାନଖୁଡ଼ି ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ଦେଶୀ ମଦ ଜବତ କରାଯାଇଛି । ତେବେ ସିଙ୍ଗଲା ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଦୀର୍ଘ ଦିନ ଧରି ନକଲି ବିଦେଶୀ ମଦ କାରଖାନା ଚାଲୁ ରହିଥିବାବେଳେ ପୋଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଥିବା ଚର୍ଚ୍ଚା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!