Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ ସଂସ୍କାରକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି, ଡିପ ସର୍ଚ୍ଚ ମେଟାଲ ଡିଟେକ୍ଟର ଲଗାଯିବ

by ସଞ୍ଜୟ ସ୍ୱାଇଁ
July 16, 2021
in Planning and Development, State
ଜେଲ ସଂସ୍କାରକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି, ଡିପ ସର୍ଚ୍ଚ ମେଟାଲ ଡିଟେକ୍ଟର ଲଗାଯିବ
41
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଜେଲ ମାନଙ୍କରେ ସଂସ୍କାର ଆଣିବା ପାଇଁ ବଡ଼ ନିଷ୍ପିତି ନେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ କାରାଗାରରେ ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ କାର୍ଯ୍ୟକାରୀ କରାଯିବ । ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା ଲାଗୁ କରାଯିବା ସହିତ ଜେଲର ବହୁବିଧ ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ରହିଥିବା ଜେଲ ମାନଙ୍କରେ ଭିଡ କମ କରିବା ପାଇଁ ୨୨୦୯ଟି ଅତିରିକ୍ତ ଆବାସ ନିର୍ମାଣ କରାଯିବ । ବିଭିନ୍ନ ସର୍କଲ ଜେଲ ଓ ଜିଲ୍ଲା କାରାଗାରରେ ଡିପ ସର୍ଚ୍ଚ ମେଟାଲ ଡିଟେକ୍ଟର ଲଗାଯିବ । ଏହା ଦ୍ୱାରା ମୋବାଇଲ ଫୋନ୍, ଚାର୍ଜର ଓ ସିମ କାର୍ଡ ପ୍ରବେଶକୁ ରୋକାଯାଇପାରିବ । ପ୍ରଥମ ଥର ପାଇଁ ଶରୀରରେ ଲଗାଯାଇପାରୁଥିବା କ୍ୟାମେରା ଜେଲରେ ବ୍ୟବହୃତ ହେବ । ପୂର୍ବରୁ ଟ୍ରାଫିକ ପୋଲିସ୍ ଏହି ବ୍ୟବସ୍ଥାର ବ୍ୟବହାର କରୁଥିବା ବେଳେ ପରୀକ୍ଷାମୂଳମକ ଭାବରେ ଚୌଦ୍ୱାର ଓ ଭୁବନେଶ୍ୱର ଜେଲରେ ୨୦ଟି କ୍ୟାମେରାରେ ଏହି ବ୍ୟବସ୍ଥାର ଆରମ୍ଭ କରାଯିବ । ଅନୁଶୀଳନ ପରେ ଅନ୍ୟ ଜେଲରେ ଏହାର ଉପଯୋଗ ଉପରେ ନିଷ୍ପତ୍ତି ନିଆଯିବ । ରାଜ୍ୟର ୨୨ଟି ଜେଲରେ ଅଏଲ ପ୍ରସେସିଙ୍ଗ ୟୁନିଟ ସ୍ଥାପନ କରାଯିବ । ଏହା ଦ୍ୱାରା କଏଦୀ ସଂସ୍କାର ହେବା ସହିତ ଜେଲ ଅନ୍ତେବାସୀ ରୋଜଗାର ହାସଲରେ ସକ୍ଷମ ହେବେ । ରାଜ୍ୟର ୧୫ଟି ଜେଲପାଇଁ ପାୱାର ଟିଲର କିଣାଯିବ ଯେଉଁଥିରୁ କୃଷିକାର୍ୟ୍ୟରେ ସହାୟତା ମିଳିବ । ୩୦ଟି ଜିଲ୍ଲା ମୁଖ୍ୟ କାରାଗାରରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କାର୍ୟ୍ୟକାରୀ କରାଯିବ । ୪୦ଟି ଜେଲପାଇଁ ଇ ରିକ୍ସା କିଣା ଯାଇଥିବା ବେଳେ ଏବଂ ଅସୁସ୍ଥ କଏଦୀଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ ହେବ । ଜେଲରେ ସ୍ୱତନ୍ତ୍ର ସନଷ୍ଟ୍ରୋକ ୱାର୍ଡ ନିର୍ମାଣ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ଏଥିରେ ଏସି ମଧ୍ୟ ଲଗାଯିବ । ବିଭିନ୍ନ ଜେଲରେ ହସ୍ପିଟାଲ ନିର୍ମାଣ ସହିତ ଇସିଜି ମେସିନ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବାର କାର୍ୟ୍ୟକ୍ରମ ରହିଛି । ଭୁବନେଶ୍ୱରରେ ୨୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବାକୁ ଥିବା ବେଳେ ପଦ୍ମପୁର, ଜଗତସିଂହପୁର, ସୋରଡା ଓ ଜି. ଉଦୟଗିରିରେ ୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ଅଚଳ ଥିବା ସିସିଟିଭି ବ୍ୟବସ୍ଥାକୁ କାର୍ୟ୍ୟକ୍ଷମ କରିବା ସହିତ ଇଣ୍ଟର କମ ସୁବିଧା ଏବଂ ୧୩ଟି ଜେଲରେ ଭିଡିଓ ଅପ ଗ୍ରେଡେସନ ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!