Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ଯୁବକଙ୍କୁ ବିଭତ୍ସ ହତ୍ୟା, ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌

by ସଞ୍ଜୟ ସ୍ୱାଇଁ
July 16, 2021
in Crime, State
୨ ଯୁବକଙ୍କୁ ବିଭତ୍ସ ହତ୍ୟା, ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌
173
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ରାଜ୍ୟର ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି। କଟକ ଜିଲ୍ଲା ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ ପାର୍ଶ୍ୱରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝାରସୁଗୁଡ଼ା ବେହେରାମାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ହତ୍ୟା ପରେ ଦୁର୍ବୃତ୍ତ ଫୋପାଡ଼ି ଚାଲି ଯାଇଥିବା ଜଣାଯାଇଛି। କଟକ ଜିଲ୍ଲା ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତକ ହେଲେ ସ୍ଥାନୀୟ ଚୌଦ୍ୱାର ଜେଲ୍ କଲୋନୀର ଅଶୋକ ମହାନ୍ତି । ସେ ନିର୍ଗୁଣ୍ଡି ଠାରେ ଥିବା ଏକ ଟ୍ରାନ୍ସପୋର୍ଟ କଂପାନିରେ ୨ବର୍ଷ ହେଲା କାମ କରୁଥିଲେ । ଗତ କାଲି ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ଘଟଣାର ତଦନ୍ତ କରୁଛି। ସେହିପରି, ଝାରସୁଗୁଡ଼ା ବେହେରାମାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି ଯୁବକଙ୍କ ମୃତଦେହ । ମୃତକ ଜଣକ ସ୍ଥାନୀୟ ପୁରୁଣାବସ୍ତି ଅଞ୍ଚଳର ବିପିନ ସାବତ ବୋଲି ଚିହ୍ନଟ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ବିପିନଙ୍କୁ ଅତି ବର୍ବରତାର ସହ ହତ୍ୟା କରାଯାଇଛି । ମୃତକଙ୍କ ପାଖରୁ ୭୩ ହଜାର ଟଙ୍କା, ମୋବାଇଲ ପଡ଼ି ରହିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଲତାଡ଼ କରୁଛି । ଝାରସୁଗୁଡ଼ା ଏସ୍‌ପି, ଏସ୍‌ଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି। ମୋବାଇଲ ଅଫ୍‌ ଅଛି। ମୃତକଙ୍କ ପାଖରେ ମୋବାଇଲ, ଟଙ୍କା ପଡ଼ିଥିବାରୁ ଲୁଟ୍‌ପାଟ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇ ନ ଥିବା ଅନୁମାନ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!