ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ର ସମସ୍ତ ଘରୋଇ ବିଦ୍ୟାଳୟର କର୍ମ କର୍ତ୍ତା ଙ୍କୁ ନେଇ କାର୍ୟ୍ୟକାରୀ ସଭାପତି ଶ୍ରୀ ଅବିନାଶ ସାହୁ ଙ୍କୁ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତମାନ କୋଭିଡ ପାଇଁ ପ୍ରାୟ ସମସ୍ତ ବେସରକାରୀ ବିଦ୍ୟାଳୟ ର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ୟ୍ୟରତ ଗୁରୁଜୀ ଗୁରୁମା ତଥା କର୍ମଚାରୀ ମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନାହାନ୍ତି । ସେମାନଙ୍କ ଅବସ୍ଥା ଭଲ ନାହିଁ । ଏହି ସମୟରେ ବିନା ଟି. ସି ରେ ବ୍ଲକ ର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି । ଏଭଳି ପରିସ୍ଥିତି ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଟି.ସି ନେଇ ନାମ ଲେଖାଇବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ସମ୍ପାଦକ ରଞ୍ଜିତା ରାଣୀ ଷଡ଼ଙ୍ଗୀ ଏବଂ ବ୍ଲକର ସମସ୍ତ ବେସରକାରୀ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।






