Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ପରିବାରରୁ ୫ ଭଉଣୀ ପ୍ରଶାସନିକ ଅଧୀକାରିଣୀ

by ସଞ୍ଜୟ ସ୍ୱାଇଁ
July 15, 2021
in Education, NATIONAL NEWS
ଗୋଟିଏ ପରିବାରରୁ ୫ ଭଉଣୀ ପ୍ରଶାସନିକ ଅଧୀକାରିଣୀ
620
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ଗୋଟିଏ ପରିବାରର ୫ ଜଣ ଭଉଣୀ ହେବେ ପ୍ରଶାସନିକ ଅଧିକାରୀ। ପୂର୍ବରୁ ୨ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିଥିବା ବେଳେ ଏବେ ସେମାନଙ୍କର ଆଉ ୩ ଭଉଣୀ ଏକକାଳୀନ ଏହି ସଫଳତା ହାସଲ କରିଛନ୍ତି। ଅର୍ଥାତ ୫ ଜଣ ଯାକ ଭଉଣୀ ରାଜସ୍ଥାନର ପ୍ରଶାସନିକ ଅଫିସର ହୋଇଯାଇଛନ୍ତି। ରାଜ୍ୟର ହନୁମାନଗଡ଼ରେ ଏପରି ଘଟଣା ଘଟିଥିବା ବେଳେ ଆଇଏଫଏସ୍‌ ଅଫିସର ପ୍ରବୀଣ କସୱାନ ଏହି ସଫଳ କାହାଣୀକୁ ଟ୍ୱିଟ କରିଛନ୍ତି। ଏଥିସହ ସଫଳତା ହାସଲ କରିଥିବା ୩ ଭଉଣୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ବହୁତ ଭଲ ଖବର। ଅଂଶୁ, ରୀତୁ ଓ ସୁମନ ରାଜସ୍ଥାନର ହନୁମାନଗଡ଼ରେ ରହୁଥିବା ୩ ଭଉଣୀ। ସେମାନେ ଏକାଠୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିଛନ୍ତି। ୩ ଭଉଣୀ ନିଜ ପରିବାର ଓ ବାପାଙ୍କୁ ଗର୍ବିତ କରିପାରିଛନ୍ତି। ସେମାନେ ୫ ଭଉଣୀ। ପୂର୍ବରୁ ଏମାନଙ୍କର ଆଉ ଦୁଇ ଭଉଣୀ ରୋମା ଓ ମଞ୍ଜୁ ରାଜସ୍ଥାନ ପ୍ରଶାସନିକ ସେବାରେ ରହିଛନ୍ତି। ଚାଷୀ ସହଦେବ ସାରଣଙ୍କ ସମସ୍ତ ୫ ଝିଅ ଏବେ ଆରଏଏସ୍‌ ଅଫିସର।” ଏହି ଟ୍ୱିଟକୁ ଅନେକ ଲୋକ ଶେୟାର କରିବା ସହ ପୂରା ପରିବାକୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ ମଙ୍ଗଳବାର ୨୦୧୮ ମସିହାର ଆରଏଏସ୍‌ ରେଜଲ୍ଟ ପ୍ରକାଶ କରିଥିଲା। ଏଥିରେ ମୁକ୍ତା ରାଓ ଟପ୍ପର ହୋଇଥିବା ବେଳେ ମନମୋହନ ଶର୍ମା ଓ ଶିବାକ୍ଷୀ କାଣ୍ଡଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!