Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାରେ ମଦ ପାଇଁ ଦୋକାନରୁ ହଟି ପାରେକି ଲକଡାଉନ

by ସଞ୍ଜୟ ସ୍ୱାଇଁ
July 15, 2021
in Business, State
ଓଡିଶାରେ ମଦ ପାଇଁ ଦୋକାନରୁ ହଟି ପାରେକି ଲକଡାଉନ
72
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ସଂପ୍ରତି କରୋନା ମହାମାରୀର ଭୟ ସଂପୂର୍ଣ୍ଣ ଦୂର ହୋଇ ନାହିଁ । ଏବେ ମଧ୍ୟ ରାଜ୍ୟର ୧୦ ଜିଲ୍ଲା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଆଉ ଦୁଇ ସପ୍ତାହ ପାଇଁ ଆଶିଂକ ଲକଡାଉନ ଲାଗୁ କରିଛନ୍ତି । ହେଲେ ପୂର୍ବାପେକ୍ଷା ଲକଡାଉନରେ କୋହଳ କରାଯାଇଛି । ପୂର୍ବ ପରି ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ରଖାଯାଇଛି । ୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ୧୦ ଜିଲ୍ଲାକୁ କାଟାଗୋରୀ -ବିରେ ରଖାଯାଇଥିବା ବେଳେ ବାକି ୨୦ ଜିଲ୍ଲାକୁ କାଟାଗୋରୀ-ଏରେ ରଖାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ମଦ ଦୋକାନକୁ ଅନୁମତି ମିଳିନାହିଁ । ତେବେ ପୂର୍ବପରି ମଦର ହୋମ ଡେଲିଭରୀ ଜାରି ରହିବ । ସ୍ୱିଗି ଏବଂ ଜୋମାଟୋ ପରି କମ୍ପାନୀ ଅନଲାଇନରେ ମଦର ହୋମ ଡେଲିଭରୀ କରୁଛନ୍ତି । ସକାଳ ୧୦ଟାରୁ ସନ୍ଧ୍ୟା ୨ଟା ପର୍ୟ୍ୟନ୍ତ ଏହି ଡେଲିଭରୀ ମିଳୁଛି । ସରକାର ମଦକୁ ନେଇ ସାମାନ୍ୟ କୋହଳ ମନୋଭାବ ମଧ୍ୟ ଦେଖଉଛନ୍ତି । ଏପରି ସ୍ଥଳେ ରାଜସ୍ୱ ଲକ୍ଷ୍ୟରେ ସରକାର ମଦ ଦୋକାନ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରୁନଥିବା ବେଳେ ସମ୍ପୂର୍ଣ୍ଣ ଖୋଲିବାକୁ ମଧ୍ୟ ଅନୁମତି ଦେଉନାହାନ୍ତି । ସରକାରଙ୍କୁ ଏତେଟା ଫାଇଦା ମିଳୁନଥିଲେ ହେଁ କଳାବଜାରୀ ମାନେ ଏହାର ଫାଇଦା ଉଠାଇ ଗ୍ରାହକଙ୍କୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ସରକାରଙ୍କ ପକ୍ଷରୁ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି । ରାତି ୮ଟା ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଦଦୋକାନ ଖୋଲାକୁ ନେଇ ଗାଇଡଲାଇନରେ କୌଣସି ସ୍ପଷ୍ଟ ସୂଚନା ରହିନାହିଁ । ତେଣୁ ପୂର୍ବବତ ଅନଲାଇନରେ ହିଁ ଏହି କାରବାର ଚାଲିବା ନେଇ ଆଶା କରାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!