Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ପତ୍ନୀ ଓ ଡିଏଫଓଙ୍କ ସହିତ ୩ ଜଣଙ୍କ ନାଁରେ ହତ୍ୟା ମାମଲା

by ସଞ୍ଜୟ ସ୍ୱାଇଁ
July 15, 2021
in Crime, State
ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ପତ୍ନୀ ଓ ଡିଏଫଓଙ୍କ ସହିତ ୩ ଜଣଙ୍କ ନାଁରେ ହତ୍ୟା ମାମଲା
293
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ନାନା ପ୍ରଶ୍ନବାଚୀ ଉଠିଛି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ସନ୍ଦେହ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପାରଳାଖେମୁଣ୍ଡି ଥାନାରେ ପୁଅର ମୃତ୍ୟୁ ପଛରେ ତିନି ଜଣଙ୍କ ସଂପୃକ୍ତି ଅଭିଯୋଗରେ ଏତଲା ଦେଇଥିଲେ ସୌମ୍ୟରଞ୍ଜନଙ୍କ ବାପା । ଏହାପରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଏମାନଙ୍କ ଭିତରେ ଅଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇ କରୁଥିବା ଗାର୍ଡ । ବୋହୂ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନଙ୍କ ବାପା । ସେମାନଙ୍କୁ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡ ସହଯୋଗ କରିଥିବା ଏପଆଇଆରରେ ଉଲ୍ଲେଖ କରିଛନ୍ତି ତାଙ୍କ ବାପା । ଏସମ୍ପର୍କରେ ପୁଅ ତାଙ୍କୁ ପୂର୍ବରୁ କହିଥିଲା ବୋଲି ତାଙ୍କ ବାପା କହିଛନ୍ତି । ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବା ସହ ନ୍ୟାୟ ଦାବି କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର । ଗତ ୧୨ ତାରିଖରେ ରାତିରେ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ହୋଇଥିଲେ । ତାଙ୍କ ଶରୀରର ୮୦ଭାଗରୁ ଅଧିକ ପୋଡ଼ି ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ କଟକ ଏକ ଘରୋଇ ହସ୍ପିଟାଲକେ ଆଖି ବୁଜିଥିଲେ ସୌମ୍ୟରଞ୍ଜନ ମହାପାତ୍ର । କେମିତି ନିଆଁ ଲାଗିଲା ସେକଥା ପତ୍ନୀ ଜାଣି ନଥିବା କହିଛନ୍ତି । ସେପଟେ ମୁହଁ ଖୋଲିଛନ୍ତି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ପୋଲିସ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପଟେ ପୋଲିସ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜବାନବନ୍ଦୀ ରେକର୍ଡ କରିଛି । ଯେଉଁଥିରେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଥିବା ସେ ବୟାନରେ କହିଥିବା ପୋଲିସ କହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ ଚଳାଇଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!