Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ମଦ୍ୟପର ଭୁଜାଲି ମାଡ

by ସଞ୍ଜୟ ସ୍ୱାଇଁ
July 15, 2021
in Crime, State
ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ମଦ୍ୟପର ଭୁଜାଲି ମାଡ
98
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣରେ ଜଣେ ବ୍ୟକ୍ତି ମଦ ପିଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି । ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ଅତର୍କିତ ଭୁଜାଲି ମାଡ଼ କରିଛନ୍ତି । ପୁଲିସ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତ ମଦ୍ୟପ ସଞ୍ଜୟ ବାରିକଙ୍କୁ ଉଠାଇଆଣି ଥାନାରେ ଅଟକ ରଖିଛି । ସଞ୍ଜୟ ଗାଡ଼କଣରେ ରାଜୀବ ଆବାସ ଯୋଜନାରେ ଘର କରିଥିଲେ । ୨ ଦିନ ତଳେ ତାଙ୍କ ଘର ପ୍ରତିଷ୍ଠା କରିଥିଲେ । ପ୍ରତିଷ୍ଠା ଉପଲକ୍ଷେ ଘରକୁ ନିକଟରେ ରହୁଥିବା ସଢ଼ୁ ଆଶିଷ ବେହେରା ଓ ଆଶିଷଙ୍କ ଶାଳକ ଜଗନ୍ନାଥ ବେହେରା ଆସିଥିଲେ । ରାତିରେ ସଞ୍ଜୟ ମଦ ପିଇ ଆସି ଘରେ ସ୍ତ୍ରୀ ମାମୁନିଙ୍କ ସହ ଝଗଡ଼ା କରିଥିଲେ । ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସେମାନେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ । ଗତକାଲି ପୂର୍ବାହ୍ନରେ ସଞ୍ଜୟ ଘରେ ନଥିବା ବେଳେ ମାମୁନି ଆଶିଷ ଓ ଜଗନ୍ନାଥଙ୍କ ସହ ମାର୍କେଟିଂ କରିବାକୁ ଯାଇଥିଲେ । ସଞ୍ଜୟ ଘରକୁ ଫେରି କାହାରିକୁ ନ ପାଇ ଘର ଭିତରେ ଥିବା ଟିଭି, ଫ୍ୟାନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ବଜାରରୁ ଫେରି ଘର ଭିତରେ ସବୁ ଭଙ୍ଗାରୁଜା ହୋଇଥିବା ଦେଖି ମାମୁନି ସଞ୍ଜୟଙ୍କୁ ପଚାରିବାରୁ ସେ ଗାଳିଗୁଲଜ କରି ପଳାଇଥିଲେ । ସଞ୍ଜୟ ମଦ୍ୟପାନ କରି ଘରକୁ ଆସିବା ପରେ ମାମୁନି ତାଙ୍କୁ କାହିଁକି ଘର ଜିନିଷପତ୍ର ଭଙ୍ଗାରୁଜା କଲ ବୋଲି ପଚାରିଥିଲେ । ଏଥିରେ ସଞ୍ଜୟଙ୍କ ମୁଣ୍ଡକୁ ପିତ୍ତ ଚହଟି ଯାଇଥିଲା । ସେ ଘର ଭିତରୁ ଏକ ଭୁଜାଲି ଆଣି ମାମୁନିଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ପିଠିକୁ ୩ ଥର ଓ ହାତକୁ ଏକ ଚୋଟ ଦେଇଥିଲେ । ମାମୁନିଙ୍କ ଚିତ୍କାର ଶୁଣି ଆଶିଷ ଆସି ପ୍ରତିବାଦ କରିବାରୁ ସଞ୍ଜୟ ତାଙ୍କୁ ମଧ୍ୟ ଭୁଜାଲି ମାଡ଼ କରିଥିଲେ । ଏହା ଦେଖି ଆଶିଷଙ୍କ ଶାଳକ ଜଗନ୍ନାଥ ଆସିଯିବାରୁ ତାଙ୍କୁ ମଧ୍ୟ ସଞ୍ଜୟ ହାଣି ପକାଇଥିଲେ । ପାଖ ପଡ଼ୋଶୀଙ୍କ ଠାରୁ ଖବରପାଇ ପିସିଆର ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସଞ୍ଜୟଙ୍କୁ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!