ନୟାଗଡ଼ (ବାଘୁଆବାର୍ତ୍ତା): କଟକ ପୁଲିସକୁ ମିଳିଛି ବଡ଼ ସଫଳତା । ପଞ୍ଜାବ ଅମୃତସରରୁ କଟକରେ ଆଣି କରୁଥିଲେ ସୁନା ବେପାର । କଟକ ପୁଲିସ ହାତରେ ପଡିଲେ ଧରା । ଦୁଇ କେଜି ସୁନାର ମୂଲ ୫୩ ଲକ୍ଷ ଟଙ୍କା ହେବ । ଏକ ସାମ୍ବାଦିକ ସମ୍ମିଳନୀରେ କମିସରନେଟ ପୁଲିସ ପକ୍ଷରୁ ଡିସିପି ପ୍ରତୀକ ସିଂ ସୁଚନା ଦେଇଛନ୍ତି । ଜିଏସଟି ଠକେଇ ଲାଗି ଏଭଳି ବେପାର କରାଯାଉଥିବା ଅନୁମାନ କରାଯାଉଛି । ଜିଏସଟି ବିଭାଗକୁ ତଦନ୍ତ ଭାର ଦିଆଯାଇଛି ।





