ପାତ୍ରପୁର,(ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତାଳପଡା ଠାକୁରାଣୀ ମନ୍ଦିର ନିକଟରେ ଗୋଟିଏ ଟାଟା ଏସ୍ ଗାଡ଼ି ଓଲଟି ପ୍ରାୟ ୨୦ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତମାନଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକମାନେ ନୂଆପେଣ୍ଠ। ଗ୍ରାମର ଜଣେ ବ୍ୟକ୍ତିଙ୍କ ନୂଆ ଘରର ଛାତ ପକାଇବାକୁ ଯାଇଥିଲେ। ଫେରିବା ବେଳକୁ ଗାଡ଼ିର ଟାୟାର ଫାଟି ଯିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜରଡା ଥାନା ଓ ଖାରିଆଗୁଡା ଫାଣ୍ଡି ପୁଲିସ ସମେତ ପାତ୍ରପୁର ବିଡିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ତଦାରଖ କରିଥିଲେ।





