ସୋର, (ବାଘୁଆବାର୍ତ୍ତା): ନିର୍ୟାତନା ସହି ନପାରି ବିଳମ୍ବିତ ରାତିରେ ସେବାଶ୍ରମରୁ ଖସିଲେ ଦୁଇ ନାବାଳକ। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଆଳଦା ଗ୍ରାମରେ ଥିବା ମଲ୍ଲିକା ସେବାଶ୍ରମରୁ ଦୁଇଜଣ ନାବାଳକ ଗତକାଲି ରାତିରେ ଖସି ଆସିଥିଲେ। ପାଟ୍ରୋଲିଂ କରୁଥିବା ବେଳେ ଗୋପାଳପୁର ବଜାରରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଆଳଦା ଗ୍ରାମରେ ଥିବା ମଲ୍ଲିକା ସେବାଶ୍ରମ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେବାଶ୍ରମରେ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାରର ନିର୍ୟ୍ୟାତନା ଦିଆଯାଉଛି। ଅନ୍ତେବାସୀଙ୍କୁ ବାଲି, ସିମେଣ୍ଟ ଓ ଗୋବର ଗୋଟାଇବା କାମ ଦିଆଯାଉଛି। ଏପରିକି କାମ ନକଲେ ଅନ୍ତେବାସୀଙ୍କୁ ସେବାଶ୍ରମ କର୍ତ୍ତୃପକ୍ଷ ମାଡ଼ ମାରୁଛନ୍ତି। ଫଳରେ ନିର୍ୟାତନା ସହି ନପାରି ଗତକାଲି ରାତିଟା ବେଳେ ଦୁଇ ଜଣ ନାବାଳକ ସେବାଶ୍ରମରୁ ଖସି ଆସିଛନ୍ତି। ପାଟ୍ରୋଲିଂ କରୁଥିବା ବେଳେ ଗୋପାଳପୁର ବଜାରରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଆଶ୍ରମରେ ନିର୍ୟାତନା ଦିଆଯାଉଥିବାକୁ ବିରୋଧ କରି ପ୍ରଶାସନକୁ ଅଭିଯୋଗ କରିବା ପାଇଁ ରାତିରେ ୧୦ କିଲୋମିଟର ଚାଲି ଚାଲି ଆସିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।





