Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ସମ୍ପର୍କକୁ ନେଇ ମା’ ଓ ଝିଅ ଥାନାରେ ମୁହାଁମୁହିଁ

by ସଞ୍ଜୟ ସ୍ୱାଇଁ
July 14, 2021
in Crime, State
ପ୍ରେମ ସମ୍ପର୍କକୁ ନେଇ ମା’ ଓ ଝିଅ ଥାନାରେ ମୁହାଁମୁହିଁ
222
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ପ୍ରେମ ସମ୍ପର୍କକୁ ନେଇ ମା’ ଓ ଝିଅ ଥାନାରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପରସ୍ପରର ଚରିତ୍ର ସଂହାର କରିବା ସହ ପରସ୍ପରକୁ ଦୋଷାରୋପ କରିଛନ୍ତି। ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି। ଶୈଳଶ୍ରୀବିହାର ଅଞ୍ଚଳର ଏକ ‌କଲୋନିରେ ଝିଅର ପ୍ରେମିକକୁ ମା’ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ପରେ ଥାନାରେ ଅଭିଯୋଗ ଦେଇଥିଲେ। ଫଳରେ ଝିଅ ଉତ୍‌କ୍ଷିପ୍ତ ହୋଇ ମା’ର ଚରିତ୍ର ଉପରେ ସନ୍ଦେହ କରି ବଚସା କରିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝିଅର ପ୍ରେମିକକୁ କାବୁ କରିବା ସହ ଉଭୟ ମା’ ଓ ଝିଅକୁ ଥାନାକୁ ଆଣିଥିଲା। ମାତ୍ର ଘଟଣା ନେଇ ଉଭୟ ପରସ୍ପରର ଚରିତ୍ର ସଂହାର କରିବାରୁ ପୁଲିସ ଝିଅର ପ୍ରେମିକକୁ ତାଗିଦ କରି ଛାଡ଼ିବା ସହିତ ମା’ ଝିଅକୁ ବୁଝାଇ ଘରକୁ ପଠାଇଛି। ନାବାଳିକା ଝିଅ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ପ୍ରେମ କରୁଥିବା ଜାଣି ମା’ ବିରୋଧ କରିବାରୁ ଝିଅ ବିଧବା ମା’କୁ ଭେଟିବାକୁ ଆସୁଥିବା ଜଣେ ପରୁଷ ବନ୍ଧୁଙ୍କୁ ସ‌ନ୍ଦେହ କରି ଆକ୍ଷେପ କରିଥିଲା। ସାହି ପଡ଼ିଶା ସେମାନଙ୍କ ଗଣ୍ଡଗୋଳ ଦେଖି ପୁଲିସକୁ ଖବର ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!