Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୨ ବର୍ଷୀୟା ମିଲିନ୍ଦି ଙ୍କ ସହ ୨୬ ବର୍ଷୀୟା ଅଙ୍କିତା, ୩ ଥର ହୋଇଲେଣି ବାହା

by ସଞ୍ଜୟ ସ୍ୱାଇଁ
July 13, 2021
in Lifestyle, NATIONAL NEWS
୫୨ ବର୍ଷୀୟା ମିଲିନ୍ଦି ଙ୍କ ସହ ୨୬ ବର୍ଷୀୟା ଅଙ୍କିତା, ୩ ଥର ହୋଇଲେଣି ବାହା
301
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): “ତୁମ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ରୋମାଞ୍ଚରେ ଭରା। ତାହା ଆନିଭର୍ସରି ହେଉ ବି ଭାଲେଣ୍ଟାଇନ୍‌ ମୋର ସବୁ କ୍ଷଣକୁ ତୁମେ ଯାଦୁରେ ଭରି ଦେଇଛ। ସ୍ପେନର ଏକ ଛୋଟ ଜଙ୍ଗଲରେ ଥିବା ଝରଣା ନିକଟରେ ଆମ ବାହାଘର ହେଉ ବା ଘର ହେଉ ତୁମ ସହ ବିତାଇଥିବା ପ୍ରତିଟି ମୂହୂର୍ତ୍ତ ମୋ ପାଇଁ ମୂଲ୍ୟବାନ । ତୁମେ ମୋ ଅସ୍ତିତ୍ୱ, ମୋ ଆକାଶ । ତୁମ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ି ଚାଲିବି। ତୁମ ସହ ବଞ୍ଚିଥିବା ପ୍ରତି ମୁହୂର୍ତ୍ତ ପାଇଁ ତୁମ ନିକଟରେ ମୁଁ ଆଭାରୀ।” ଏପରି ଇମୋସନାଲ ପୋଷ୍ଟ କରି ପତି ମିଲିନ୍ଦ ସୋମନଙ୍କୁ ୩ୟ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି ଅଙ୍କିତା କୋବେର। ୫୨ ବର୍ଷୀୟ ମିଲିନ୍ଦି ଯେତେବେଳେ ୨୬ ବର୍ଷୀୟା ଅଙ୍କିତାଙ୍କୁ ବିବାହ କଲେ, ସେତେବଳେ ଉଭୟଙ୍କୁ ନେଇ ବି-ଟାଉନ୍‌ ତଥା ମିଡିଆରେ ଚର୍ଚ୍ଚା ଖୁବ୍‌ ଜୋର ଧରିଥିଲା। ଉଭୟଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲେ ବି ଉଭୟଙ୍କ ମଧ୍ୟରେ ଭଲ ପାଇବା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିଲା। ମିଲିନ୍ଦ ମଧ୍ୟ ଅଙ୍କିତାଙ୍କ ସହ ଏକ ସୁନ୍ଦର ଫଟୋ ସେଆର କରି ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି। ବିବାହର ୩ ବର୍ଷ ଏକାଠି ବିତାଇଥିବାରୁ ଅଙ୍କିତାଙ୍କୁ ଧନ୍ୟବାଦ ଜଣାଇବା ସହ ତୁମେ ସବୁବେଳେ ମନେ ପଡ଼ୁଛ ବୋଲି ପୋଷ୍ଟ କରିଛନ୍ତି। ସବୁବେଳେ ୟଙ୍ଗ ସେନସେସନ ପାଲଟିଥିବା ଏହି କପଲ୍‌ଙ୍କ ବିବାହ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା। ୩ ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡ଼ି। ପ୍ରଥମେ ଆଲିବାଗ୍‌ରେ ପରସ୍ପରର ହାତ ଧରିବା ପରେ ଉଡ଼ିଯାଇଥିଲେ ସ୍ପେନ। ସେଠାରେ ଏକ ଝରଣା କୂଳରେ ବିବାହ ରଚାଇଥିବା ବେଳେ ଦେଶକୁ ଫେରିଥିଲେ। ଏହାପରେ ଦେଶର ସବୁଠୁ ଶେଷ ଗାଁରେ ପହଞ୍ଚି ବନ୍ଧୁବାନ୍ଧବ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!