Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ବୁଲାଇଲେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, State
ବନ୍ଧୁକ ବୁଲାଇଲେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ
129
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଙ୍ଘର୍ଷ। ଭୟ ସୃଷ୍ଟି କରିବାକୁ ଡବଲ ବ୍ୟାରେଲ ବନ୍ଧୁକ ବୁଲାଇଲେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପଞ୍ଚମୁଖୀ ଢାବା ନିକଟରେ ଏଭଳି ଘଟଣା ଘଟିଛି। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ବୁର୍ଲା ଥାନା ପଞ୍ଚମୁଖୀ ଢାବା ନିକଟରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଛି। ଗୋଷ୍ଠୀ ସଙ୍ଘର୍ଷ ବେଳେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡାଙ୍କ ପୁଅ ଭୟ ସୃଷ୍ଟି କରିବାକୁ ଡବଲ ବ୍ୟାରେଲ ବନ୍ଧୁକ ବୁଲାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତେବେ ଏନେଇ ଉଭୟ ପକ୍ଷରୁ ଏତଲା ହେବା ପରେ ବୁର୍ଲା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡା ଓ ତାଙ୍କ ଦୁଇ ପୁଅ ଦୁର୍ଗେଶ ପଣ୍ଡା, ଦୀନେଶ ପଣ୍ଡା ରହିଛନ୍ତି। ସେହିପରି ଅପରପକ୍ଷର ବସନ୍ତ ନାୟକ ଓ ମଧୁ ସିଂ ଗିରଫ ହୋଇଛନ୍ତି । ତେବେ ଗୋଷ୍ଠି ସଂଘର୍ଷ ସମୟରେ ବ୍ୟବହାର ହୋଇଥିବା ବନ୍ଧୁକଟି ଅବସର ପ୍ରାପ୍ତ ପ୍ରଫେସରଙ୍କ ବୋଲି ଜଣାପଡିଛି । ଉକ୍ତ ବନ୍ଧୁକକୁ ପୋଲିସ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!