Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାର୍ଡଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ଜେଲ୍‌ରୁ ଚମ୍ପଟ ମାରିଲେ ୭ କଏଦୀ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, NATIONAL NEWS
ଗାର୍ଡଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ଜେଲ୍‌ରୁ ଚମ୍ପଟ ମାରିଲେ ୭ କଏଦୀ
124
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗାର୍ଡଙ୍କ ମୁହଁକୁ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଫିଙ୍ଗି ଜେଲରୁ ଚମ୍ପଟ ମାରିଲେ ୭ ବିଚାରଧୀନ କଏଦୀ। ୫ ଗାର୍ଡ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ ହୋଇଗଲାଣି। ସହର ସାରା ନାକାବନ୍ଦୀ କରାଯାଇଥିବା ବେଳେ ଜିଲ୍ଲାରେ ପୋଲିସ ଛାଉଣୀ ହୋଇଥିବା ଜଣାପଡ଼ିଛି । ସେପଟେ କଏଦୀଙ୍କୁ ଖୁବ ଶୀଘ୍ର ଖୋଜି ବାହାର କରାଯିବ ବୋଲି ଅତିରିକ୍ତ ପୋଲିସ ଡିଜି କହିଛନ୍ତି। ଘଟଣାଟି ରବିବାର ସନ୍ଧ୍ୟାରେ ଅରୁଣାଚଳପ୍ରଦେଶର ପାସିଘାଟ ଜେଲ୍‌ରେ ଘଟିଛି। ସନ୍ଧ୍ୟା ୬.୩୦ରେ ରାତ୍ରି ଭୋଜନ ପାଇଁ ସମସ୍ତ ୯୪ ଜଣ କଏଦୀଙ୍କୁ ସେଲ୍‌ରୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣ ହଠାତ ସେଠାରେ ମୁତୟନ ଗାର୍ଡଙ୍କ ଉପରେ ଲଙ୍କା ଗୁଣ୍ଡ, ମୋଲମରିଚ ଗୁଣ୍ଡ ଏବଂ ଲୁଣରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ୫ ଜଣଙ୍କ ମୁହଁ, କାନ, ଆଖିରେ କ୍ଷତି ପହଞ୍ଚିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫେରାର ୭ କଏଦୀ ହେଉଛନ୍ତି- ଅଭିତିଜ ଗୋଗୋଇ, କାଲୋମ ଅପଙ୍ଗ, ତାରୋ ହମାମ, ତାଲୁମ ପାନିୟାଙ୍ଗ, ସୁଭାଷ ମଣ୍ଡଳ, ରାଜା ତାୟେଙ୍ଗ ଏବଂ ଦାନୀ ଗାମଲିନ୍‌। ଚମ୍ପଟ ମାରିଥିବା ୭ ଜଣଙ୍କ ବିରୋଧରେ ବାକି ଥିବା ମାମଲା ସଂଗ୍ରହ ଚାଲିଛି । ଜିଲ୍ଲାରେ ପୋଲିସ ଆଲର୍ଟ ଥିବା ବେଳେ ଯେଉଁଠୁ ସେମାନଙ୍କ ପତ୍ତା ମିଳିବ ସେମାନଙ୍କୁ ତୁରନ୍ତ ଗିରଫ କରିନିଆଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ ରବିନ୍ଦ୍ର ସିଂହ ଯାଦବ କହିଛନ୍ତି । ସେପଟେ କଏଦୀଙ୍କ ଆକ୍ରମଣର ଶିକାର ହୋଇ ୫ ଜଣ ସୁରକ୍ଷାକର୍ମୀ ରାଜେଶ ଲେଗୋ, ଆରକେ କମ୍ଭାରୀ, ଓ ତାଇଙ୍ଗ, ତାତୁଙ୍ଗ ଏବଂ ତାପି ତଲି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ କଏଦୀ ଲେଗୋଙ୍କ ମୁଣ୍ଡକୁ ଏକ ତାଲାରେ ପ୍ରହାର କରିଥିବାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!