Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପାଠୁଆ, ନିରୀହ, ଆଦିବାସୀ ମା’ ଓ ପୁଅଙ୍କ ଟଙ୍କା ହଡପ କରି ଜେଲ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, State
ଅପାଠୁଆ, ନିରୀହ,  ଆଦିବାସୀ  ମା’ ଓ ପୁଅଙ୍କ ଟଙ୍କା ହଡପ କରି ଜେଲ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ
139
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ୧୯ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜେଲ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେଟବ୍ୟାଙ୍କ ଶାଖାର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଏବେ ଜେଲ ହାଜତରେ । ଅପାଠୁଆ, ନିରୀହ, ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ ଏସବିଆଇ ର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତି । ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ ୧୮ ଲକ୍ଷ ୩୫ ହଜାର ଟଙ୍କା । ଯେଉଁ ବ୍ୟାଙ୍କରେ ଦୀର୍ଘଦିନରୁ ସ୍ୱାମୀର ପେନସନ ଟଙ୍କା ନେଉଥିଲେ ସେହି ବ୍ୟାଙ୍କରେ ନିଜର ବଳକା ଟଙ୍କା ନେବାପାଇଁ ସ୍ତ୍ରୀ ଏବଂ ପୁଅ ପରିଚୟ ପାଇଁ ଲିଗାଲ ହେୟାର, ଏବଂ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ଯଥେଷ୍ଟ ହେଲାନାହିଁ ବୋଲି ବ୍ୟାଙ୍କ କର୍ମଚାରୀ ବିଧବା ମହିଳାଙ୍କୁ ଭୁଆଁ ବୁଲାଇ ଚାଳିବାରୁ ସେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଥିବା ୨ ନମ୍ବର ଖୋଲାମୁହଁ କୋଇଲା ଖଣିରେ ନିଜକୁ ୬୦ବର୍ଷ ହେବାଯାଏଁ ଚାକିରୀ କରିଥିଲେ ଦଶରଥ ମୁଣ୍ଡା । ସ୍ୱର୍ଗତ ମୁଣ୍ଡା ନିଜ ପରିବାର ବର୍ଗଙ୍କ ସହିତ କାଳୀ ନଗରର ଏମସିଏଲ କ୍ବାଟରରେ ରହୁଥିଲେ । ୨୦୧୪ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ୨୦୧୭ ମସିହାରେ ସ୍ୱାମୀ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ପରେ ସୃଷ୍ଟି ହୋଇଥିଲା ସମସ୍ୟା । ପେନସନ ଟଙ୍କା ଦେବାରେ କୌଣସି ସମସ୍ୟା ନଥିଲା । କିନ୍ତୁ ଅବସରକାଳୀନ ଲକ୍ଷାଧିକ ଟଙ୍କା ଦେବା ସମୟରେ ସୃଷ୍ଟିହେଲା ସମସ୍ୟା । ପ୍ରଥମେ କୁହାଗଲା ଆପଣ କିଏ ? ଏବଂ ମୃତ ଦଶରଥ ସାଙ୍ଗରେ କଣ ସମ୍ପର୍କ? ତାପରେ ଆବଶ୍ୟକ ହେଲା ତଥ୍ୟ । ଲିଗାଲ ହେୟାର, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ସାର୍ଟିଫିକେଟ, ପୁଅ ଟିକେଶ୍ଵର ମୁଣ୍ଡାଙ୍କର ଆଧାରକାର୍ଡ ରେ ବାପାଙ୍କର ନାମ, ସ୍ତ୍ରୀ ଶ୍ରୀମତୀ ମୁଣ୍ଡାଙ୍କର ଆଧାର କାର୍ଡରେ ସ୍ୱାମୀଙ୍କର ନାମ ସ୍ୱଷ୍ଟ ଭାବରେ ଉଲ୍ଲେଖ ହୋଇଛି । କୌଣସି ଭାବରେ ମଧ୍ୟ ଭୁଲନାହିଁ ତଥାପି ଏହା ଯଥେଷ୍ଟ ହେଲାନାହିଁ ବ୍ୟାଙ୍କ ପକ୍ଷେ । ତେଣୁ ଏତେସବୁ ଆବଶ୍ୟକ ତଥ୍ୟ ଦେଖାଇବା ପରେ ମଧ୍ୟ ନିଜକୁ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ସ୍ତ୍ରୀ ଏବଂ ପୁଅ ବୋଲି ପ୍ରମାଣିତ କରିପାରିଲେ ନାହିଁ ଶ୍ରୀମତୀ ମୁଣ୍ଡା। ଏଥି ଭିତରେ ବିତି ଗଲାଣି ଦୀର୍ଘ ୪ବର୍ଷ । ଯେତେବେଳେ ଅନେକ ଥର ଯାଇ ବ୍ୟାଙ୍କ କର୍ମଚାରୀଙ୍କୁ ଅନୁରୋଧ କରାଗଲା କୌଣସି ଫଳ ନ ମିଳିବାରୁ ପୋଲିସକୁ ସୂଚନା ଦେଲେ ଉଭୟ ମା ଏବଂ ପୁଅ । ଏସବିଆଇ ର ବ୍ରଜରାଜନଗର ଲମଟିବାହାଲ ଶାଖାର ଏକାଉଣ୍ଟେଣ୍ଟ ଶ୍ରୀ ସନ୍ଦୀପ ମହାନ୍ତି ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ବ୍ୟାଙ୍କ ଏକାଉଣ୍ଟରୁ ୧୮ ଲକ୍ଷ ୩୫ ହଜାର ଟଙ୍କା ନିଜ ଜଣେ ସମ୍ପର୍କୀୟ ଙ୍କ ଖାତାକୁ ଟ୍ରାନ୍ସଫର କରିଥିବା ଜଣାପଡିବା ପରେ ସ୍ୱର୍ଗତ ଦଶରଥମୁଣ୍ଡା ଙ୍କର ସ୍ତ୍ରୀ ଏବଂ ପୁଅ ଏସପି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ବ୍ରଜରାଜନଗର ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ଫେରାର ଥିବା ଏକାଉଣ୍ଟାଣ୍ଟ ସମ୍ବିତ ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏସବିଆଇ ଲମଟିବାହାଲ ଶାଖାର ସମସ୍ତ କର୍ମଚାରୀ ଙ୍କୁ ବଦଳି କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!