Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାବା ଆଖଣ୍ଡଳମଣୀଙ୍କ ଶୈବକ୍ଷେତ୍ର ନେବ ନୂଆ ରୂପ

by ସଞ୍ଜୟ ସ୍ୱାଇଁ
July 12, 2021
in State, Toursimi
ବାବା ଆଖଣ୍ଡଳମଣୀଙ୍କ ଶୈବକ୍ଷେତ୍ର ନେବ ନୂଆ ରୂପ
45
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ନୂଆ ରୂପ ନେବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା । ବିଶେଷକରି ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ବେଢ଼ାର ସୌନ୍ଦର୍ୟ୍ୟକରଣ କରାଯିବ । ଏହାସହ ଦର୍ଶନ ପାଇଁ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶ୍ରାବଣ ମାସରେ ଆସୁଥିବା ବୋଲବମ ଭକ୍ତଙ୍କ ଶୃଙ୍ଖଳିତ ଜଳାଭିଷେକ ପାଇଁ ନୂତନ ଶ୍ରାବଣୀ ମଣ୍ଡପ ନିର୍ମାଣ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ । ଏଥିପାଇଁ ମନ୍ଦିର ପରିସରରେ ଶିଳାନ୍ୟାସ କରାଯାଇଛି । ପୀଠକୁ ଆସୁଥିବା ଭକ୍ତଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ୟ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହିତ ମନ୍ଦିର ଚାରି ଦ୍ବାରର ସମ୍ପ୍ରସାରଣ କରାଯିବ । ବିଶେଷ କରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣିବାବାଙ୍କ ମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦର୍ଶନ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ କହିଛନ୍ତି । ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ୟ୍ୟକାରୀ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ସାକାର ହୋଇ ପାରୁନଥିଲା । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ୟ୍ୟାୟରେ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ଏହି କାର୍ୟ୍ୟ ସଫଳ ହୋବ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଶିଳାନ୍ୟାସ ଉତ୍ସବରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସାଂସଦ ମଞ୍ଜଲତା ମଣ୍ଡଳ, ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!