Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୫ଟି ଖାଦ୍ୟ

by ସଞ୍ଜୟ ସ୍ୱାଇଁ
July 12, 2021
in Health, State
ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୫ଟି ଖାଦ୍ୟ
359
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସକାଳ ଭୋଜନ ଶରୀରକୁ ସୁସ୍ଥ ରଖିବାରେ ଅଧିକ ସାହାର୍ୟ୍ୟ କରିଥାଏ । କିନ୍ତୁ ସମୟର ଅଭାବ ଓ ଅନ୍ୟ କାରଣରୁ ଲୋକମାନେ ସକାଳ ଭୋଜନ କରିନଥାନ୍ତି ବା ଭୋକରୁ ରକ୍ଷା ପାଇବା ପାଇଁ କିଛି ଖାଇଥାନ୍ତି । ଯଦି ଆପଣ ବି ଏପରି କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ, କାରଣ ଛୋଟ ଭୁଲ ବି ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ସକାଳୁ ଖାଳି ପେଟରେ କ’ଣ ନଖାଇବା ଉଚିତ । ଚା’, କଫି- ଲୋକମାନେ ପ୍ରାୟତଃ ଦିନର ଆରମ୍ଭ କରିବାକୁ ଚା’, କଫିର ସାହାରା ନେଇଥାନ୍ତି । ଯଦି ଆପଣ ବି ଏପରି କରୁଥାନ୍ତି, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ । ଖାଲି ପେଟରେ ଚା’ ଓ କଫି ପିଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ । ସକାରେ ଚା’ ବା କଫି ଖାଲି ପେଟରେ ନପିଇ ବିସ୍କୁଟ ଓ ବ୍ରେଡ ସହ ନିଅନ୍ତୁ । ବିଲାତି- ସକାଳୁ ଖାଲିପେଟରେ ବିଲାତି ଖାଇବା ଅନୁଚିତ । କାରଣ ଖାଲି ପେଟରେ ବିଲାତି ଖାଇବା ଦ୍ୱାରା ପେଟରେ ଟୋନିକ ଏସିଡ ପରିମାଣ ବଢ଼ିଥାଏ, ଯାହାକି ପେଟରେ ଜଳିବା ସମସ୍ୟା ସୃଷ୍ଟି କରିଥାଏ । ପିଜୁଳି- ପିଜୁଳି ହଜମ ପାଇଁ ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ପିଜୁଳିରେ ଥିବା ଭିଟାମିନ୍ ସି କାରଣରୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ । ଦହି-ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ଦହି ସାମିଲ କରିବାକୁ ପରାମର୍ଶ ଦିଆଯାଏ । କିନ୍ତୁ ସକାଳେ ଖାଲି ପେଟରେ ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଫାଇଦା ହୋବ ବଦଳରେ କ୍ଷତି ହୋଇଥାଏ । ଖାଲି ପେଟରେ ଦହି ଖାଇବା ସମୟରେ ଅନ୍ତନଳୀରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସୃଷ୍ଟି ହୁଏ । ଯାହା ପେଟରେ ଥିବା ଲାକ୍ଟିକ୍ ଏସିଡ୍ କୁ ମାରିଦିଏ, ଫଳରେ ଏସିଡିଟି ସମସ୍ୟା ସୃଷ୍ଟି ହୁଏ । ସାଲାଡ- ସାଲାଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସାଲାଡର ବ୍ୟବହାର ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ, କିନ୍ତୁ ସକାଳେ ଖାଲି ପେଟରେ ଏହାର ସେବନ ଦ୍ୱାରା ବିଚଳିତ ଓ ବାନ୍ତି ସମସ୍ୟ ସହିତ ଗ୍ୟାସ ଓ ହୃଦଘାତର ସମସ୍ୟା ହୋଇପାରେ । କାରଣ ସାଲାଡରେ ଫାଇବରର ପରିମାଣ ଅଧିକ, ଯାହା ପେଟ ଉପରେ ଚାପ ବଢ଼ାଇଥାଏ । ଡାକ୍ତରଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ସକାଳେ ଖାଲି ପେଟରେ ଖଟା ଜିନିଷ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ । ଖାଲି ପେଟରେ ଖଟା ଜିନିଷ ଖାଇବା ଦ୍ୱାରା ହଜମ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!