ଲାହୋର, (ବାଘୁଆବାର୍ତ୍ତା): ପାକିସ୍ତାନରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଅନେକ ସମୟରେ ମହିଳମାନଙ୍କୁ ପାକିସ୍ତାନରେ ଶାରିରୀକ ଏବଂ ମାନସିକ ଭାବେ ଶୋଷଣ କରାଯାଇଥାଏ । ଗତ କିଛିଦିନ ତଳେ ଇଂଲଣ୍ଡରୁ ଆସିଥିବା ଜଣେ ମହିଳାଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିଲା । ଏହି ମହିଳାଜଣଙ୍କ ଏକ ଅନ୍ତମ ସଂସ୍କାରେର ଯୋଗଦେବା ପାଇଁ ଆସିଥିଲେ । ସେ ଜଣେ ବନ୍ଧୁଙ୍କ ଘରେ ରହିଥିବା ବେଳେ ତାଙ୍କୁ ହତ୍ୟାକରାଯାଇଥିଲା । ଏବେ ପାକିସ୍ତାନର ଲୋକପ୍ରିୟ ମଡେଲ୍ ନାୟାବ ନଦୀମଙ୍କୁ ତାଙ୍କ ଘର ଭିତରେ ହତ୍ୟା କରାଯାଇଛି । ହତ୍ୟାକାରୀମାନେ ତାଙ୍କ ଘରର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ବେଳେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ହତ୍ୟାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ନାୟାବ ନଦୀମ ବିବାହ କରି ନଥିଲେ । ସେ ଲାହୋରର ଡେଫନ୍ସେ କଲୋନୀରେ ଏକୁଟିଆ ରହୁଥିଲେ । ୨୯ ନାୟାବ ବେଶ୍ ଲୋକପ୍ରିୟ ମଡେଲ୍ ଥିଲେ । ତାଙ୍କ ଭାଇ ୯ ତାରିଖରେ ଦେଖିବା ବେଳକୁ ନାୟାବ ତାଙ୍କ ଶୋଇବା ଘର ଚଟାଣରେ ମୃତ ଅବସ୍ଥାରେ ପଡି ରହିଥିଲେ । ତାଙ୍କ ବାଥ୍ରୁମ୍ର ଝରକା ଭଙ୍ଗାଯାଇଥିଲା । ସେହି ବାଟେ ହତ୍ୟାକାରୀ ଘରେ ପ୍ରବେଶ କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।





