ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଅଶ୍ଳୀଳ ଗୀତକୁ ନେଇ ଥାନାରେ ମାମଲା । ଓଡିଆ ଭାଷାକୁ କଦର୍ୟ୍ୟ କରି ଅଶ୍ଳୀଳ ଶବ୍ଦ ବ୍ୟବହାର ହୋଇଥିବା ଏକ ଗୀତକୁ ନେଇ ଯାଜପୁର ଜିଲ୍ଲା ବଡଚଣା ଥାନାରେ ଆଶାର ଦିଶା ଫାଉଣ୍ଡେସନ ତରଫରୁ ଲିଖିତ ଅଭିଯୋଗ କରାଯାଇଛି । ବଡଚଣା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗୀତର କଣ୍ଠଶିଳ୍ପୀ ବାପୁ ପଣ୍ଡା ଓ ସଂଗୀତ ନିର୍ଦ୍ଦେଶକ ଓ ମ୍ୟୁଜିକ କମ୍ପାନୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଫାଉଣ୍ଡେସନର କର୍ମକର୍ତ୍ତାମାନେ । ଏଭଳି ଗୀତ ଯାହାକି ଯୁବପୀଢୀ ଓ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ଯାହାକୁ ନେଇ ଆଶାର ଦିଶା କର୍ମକର୍ତ୍ତାମାନେ ନିନ୍ଦା କରିବା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।





