ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ଦ୍ୱାରା କରୋନା ସଚେତନତା ଚାଲିଛି । ଇଟାମାଟି ଗ୍ରାମ ପଞ୍ଚାୟତର ଡେଙ୍ଗେରାଗୋଡି ଗ୍ରାମରେ ଆଜି ଦ୍ୱାର ଦ୍ୱାର ବୁଲି ମହିଳା ମାନେ ସଚେତନତା କରୁଛନ୍ତି । ଏଥି ସହିତ ଏକ ଗାଡି ମାଧ୍ୟମରେ ସଚେତନତା କରାଯାଉଛି । ଉକ୍ତ ପଞ୍ଚାୟତର ଅଙ୍ଗନାୱାଡି କର୍ମୀ ରଞ୍ଜୁଲତା ପ୍ରଧାନ, ୱାର୍ଡ ସଭ୍ୟା ପ୍ରମିଳା ଜେନା, ଆଶାକର୍ମୀ ଶୈଳବାଳା ସାହୁ ପ୍ରମୁଖ ଯୋଗଦେଇ ସଚେତନତା କରୁଛନ୍ତି । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନ ସମିତି ସଭ୍ୟା ବବିତାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି । ଗ୍ରାମ ପଞ୍ଚାୟତ ପ୍ରତ୍ୟେକ ଜନସାଧାରଣର ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୁରତ୍ୱ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।





