ଉଦଳା, (ବାଘୁଆବାର୍ତ୍ତା): ପାହାଡ଼ ଉପରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଲାଦୁରାସାହି ଗ୍ରାମ ବାଲୁଗୁଟୁ ପାହାଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶରତ ଥାନା ଲାଦୁରାସାହି ଗ୍ରାମ ବାଲୁଗୁଟୁ ପାହାଡ଼ ଖୋଲରେ ଏକ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ହୋଇଛି। ରବିବାର ସକାଳୁ କିଛି ବ୍ୟକ୍ତି ଛେଳି ଚରାଇ ଗଲାବେଳେ ପାହାଡ଼ ଖୋଲରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତଦେହଟିର ହାତ ଗୋଡ଼ ବନ୍ଧା ହୋଇଛି। ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।





