Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷ ରୋପଣ କଲେ କୃଷି ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
July 11, 2021
in Nayagarh, Planning and Development, State
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷ ରୋପଣ କଲେ କୃଷି ମନ୍ତ୍ରୀ
187
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): “ଗଛ ଆମ ସଭିଙ୍କ ପାଇଁ – ଗଛ ବିନା ବଞ୍ଚିବା ନାହିଁ “। ଏହି ଉକ୍ତିକୁ ସାର୍ଥକ କରିବା ପାଇଁ ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ୟକ୍ଷ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରୁ ଆଜି ପର୍ୟ୍ୟନ୍ତ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଜାରି ରହିଛି। ଆଜିର ଏହି ଗଛଲଗା କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଯୋଗଦେଇ ଦୁଇଟି ଆମ୍ବ ଚାରା ରୋପଣ କରିଥିଲେ । ଗଛ ଗୁଡିକର ନିରାପଦ ସଂରକ୍ଷଣ ପାଇଁ ବିଦ୍ୟାଳୟର ବିସ୍ତୃତ ପରିସର କଣ୍ଟା ତାର ବାଡ ଦ୍ବାରା ଆବଦ୍ଧ ହୋଇଥିବାରୁ ମୁଖ୍ୟଅତିଥି ମହୋଦୟ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ,କଦଳୀ,ବେଲ,ସଜନା,ଡାଳିମ୍ବ,ପଣସ ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ଅନାଦି ଚରଣ ମହାନ୍ତି, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ନଗରପାଳ ତଥା ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା,ପ୍ରସନ୍ନ କୁମାର ବସନ୍ତିଆ,ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ,ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ, ନୟାଗଡ଼ ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ,ଗାୟତ୍ରୀ ମହାପାତ୍ର,ଅବିନାଶ ସାହୁ, ରାଜକିଶୋର ଦଳେଇ,ପ୍ରାକ୍ତନ ଛାତ୍ର ଜଗତ କଲ୍ୟାଣ କାଶ୍ୟପଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!