ଗଜପତି, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ଅଡବା ଥାନା ଡମ୍ବଗୁଡା ଗାଁ ବିଶ୍ରାମାଗାର ନିକଟରୁ ଏକ ମିନି ଟ୍ରକରୁ ବିପୁଳ କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ । ଏହି ଘଟଣାରେ ୨ ଜଣ କାଠ ମାଫିଆକୁ ଗିରଫ କରାଯାଇଛି । ଗିରଫ ମାନେ ଖଜୁରିପଦା ଅଞ୍ଚଳର ତିମି ଗମାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣକ ପରିଚୟ ମିଳିନି । ୩୬ ଟି ମୂଲ୍ୟବାନ ଶାଗୁଆନ ଗଣ୍ଡି ମିନି ଟ୍ରକରେ ପାଣିଗଣ୍ଡା ଅଞ୍ଚଳରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ ଖବର ପାଇ ଚଢାଉ କରିଥିଲା। ଡମ୍ବଗୁଡା ନିକଟରେ ମିନି ଟ୍ରକକୁ ଯାଞ୍ଚ ବେଳେ ସେଥିରୁ ଶାଗୁଆନ ଗଣ୍ଡି ବାହାରିଥିଲା। ଟ୍ରକ ସହ କାଠ ଗଣ୍ଡିକୁ ବନ ବିଭାଗ ଜବତ କରିଛି।





