Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା କିମ୍ବା ୮ ଦିନ ପାଇଁ ଜେଲରେ

by ସଞ୍ଜୟ ସ୍ୱାଇଁ
July 10, 2021
in Health, NATIONAL NEWS
ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା କିମ୍ବା ୮ ଦିନ ପାଇଁ ଜେଲରେ
116
VIEWS
Share on FacebookShare on Twitter

ଶିମଲା, (ବାଘୁଆବାର୍ତ୍ତା): ହିଲ ଷ୍ଟେନସଗୁଡ଼ିକରେ ପର୍ୟ୍ୟଟକମାନେ କରୋନା କଟକଣାକୁ ଫୁ’ କରୁଥିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଲୋକଙ୍କୁ ନିୟମ ପାଳନ କରିବାକୁ ହିମାଚଳ ପ୍ରଦେଶ ସରକାର ଅନୁରୋଧ କରିବା ସହ ଅମାନିଆଙ୍କୁ ସାବାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି। ଯଦି କେହି ମାସ୍କ ନ ପିନ୍ଧିବେ, ତା’ହେଲେ ସେମାନଙ୍କୁ ୮ ଦିନ ପାଇଁ ଜେଲ କିମ୍ବା ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ୟ୍ୟକାରୀ କରିବାକୁ ପୁଲିସ୍‌ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କୁଲୁର ଏସ୍‌ପି ଗୁରୁଦେବ ଶର୍ମା କହିଛନ୍ତି, “ମନାଲିରେ ପର୍ୟ୍ୟଟକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ୫ ହଜାର ଟଙ୍କା କିମ୍ବା ୮ ଦିନ ପାଇଁ ଜେଲରେ ରଖାଯିବ। ଆମେ ଏହି ୭ରୁ ୮ ଦିନ ମଧ୍ୟରେ କଟକଣା ଉଲ୍ଲଙ୍ଘନ କରିଥିବା ଅପରାଧରେ ୩୦୦ରୁ ଅଧିକ ଚାଲାଣ କାଟିଛୁ। ଅମାନିଆଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଆଦାୟ କରିଛୁ। ଲୋକଙ୍କୁ ଆମେ କଟକଣା ପାଳନ କରିବାକୁ ଅନୁରୋଧ କରୁଛୁ।” ମହାମାରୀ କରୋନା କଟକଣା କୋହଳ ହେବା ପରେ ଶିମଲା ଓ ମନାଲିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଠାକୁ ଆସୁଥିବା ଲୋକମାନେ କଟକଣାର ଧଜିଆ ଉଡ଼ାଇ ବୁଲାବୁଲି କରୁଛନ୍ତି। ମାସ୍କ ତ ଦୂରର କଥା କେହି ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରୁନାହାନ୍ତି। ଏହି କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଚିନ୍ତା ପ୍ରକଟ କରିଥିଲା। ରାଜ୍ୟ ସରକାରଙ୍କୁ ଏହା ଉପରେ ପଦକ୍ଷେପ ନେବାକୁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!