ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଠ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଅଛି । ନୟାଗଡ଼ ବିଚାର ବିଭାଗୀୟ ଅଦାଲତରେ ଜିଲ୍ଲାଜଜ୍ ରୁପଶ୍ରୀ ଚୌଧୁରିଙ୍କ କୋର୍ଟର ୬୭ ଗୋଟି ଗାଡ଼ି ମୋଟର ଦୁର୍ଘଟଣା ଜନିତ ମାମଲା ଆଗତ କରାଯାଇ ୦୭ ଗୋଟି ମାମଲାର ଫଇସଲା ହୋଇଥିବା ଜଣାଯାଇଛି । ହିତାଧିକାରୀମାନଙ୍କୁ ୪୧ ଲକ୍ଷ ୩୦ ହଜାର କ୍ଷତି ପୁରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାଜଜ ଇତିଶ୍ରୀ ମହାପାତ୍ରଙ୍କ କୋର୍ଟଙ୍କ ପକ୍ଷରୁ ୪୭ ଗୋଟି ଗାଡ଼ି ମୋଟରଯାନ ଦୁର୍ଘଟଣା ମାମଲା ଆଗତ ହୋଇ ୧ ଗୋଟି ଗୋଟି ଫଇସଲା ହୋଇଛି । ହିତାଧିକାରୀମାନଙ୍କୁ ୪ ଲକ୍ଷ ଟଙ୍କା ବିମାରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ମିଶ୍ରଙ୍କ ୧୪୫ ଗୋଟି ପାରିବାରିକ ମାମଲା ମଧ୍ୟରୁ ୦୫ ଗୋଟି ଗୋଟି ବାହିକ ମାମଲା ଫଇସଲା କରାଯାଇଛି । ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ କୋର୍ଟ ପକ୍ଷରୁ ସଚିବ ରଞ୍ଜୁଲତା ଲେଙ୍କା ୧୧୮୬ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ଆଗତ କରି ୧୩୮ ଗୋଟି ଫଇସଲା କରି ସର୍ବମୋଟ ୫୮ ଲକ୍ଷ ୪ ହଜା ୪୪୮ ଋଣ ଆଦାୟ ହୋଇଥିବା ଜଣାଯାଇଛି । ସବଜଜ ଅମିତାଭ ପଣ୍ଡା ୮୨ ଗୋଟି ଜମିଜମା ମାମଲା ଆଗତ କରି ୧୩ ଫଇସଲା କରିଥିଲେ । ସେହିପରି ଅନ୍ୟତମ ସବଜଜ ପବିତ୍ର ନନ୍ଦ ପ୍ରଧାନ ୩୦ ଗୋଟି ଜମିଜମା ମାମଲା ଆଗତ କରି ୦୧ ଗୋଟି ମାମଲା ଫଇସଲା କରିଥିବା ବେଳେ ମଣ୍ଡଳ ନ୍ୟାୟଧିଶ ବବିତା ପାତ୍ର ୩୪ ଗୋଟି ମାମଲାରେ ୦୬ ଗୋଟି ଫଇସଲା କରିଥିଲେ । ଉକ୍ତ ଲୋକ ଅଦାଲତରେ ପ୍ରଥମ ଶ୍ରେଣୀ ବିଭାଗୀୟ ମାଜିଷ୍ଟ୍ରେଟ ସମୁହ କୋର୍ଟଙ୍କ ପକ୍ଷରୁ ୮ ଗୋଟି ମାମଲାରୁ ୨ ଗୋଟି ଫଇସଲା ହୋଇଥିଲା । ସେହିପରି ସମଗ୍ର ଜିଲ୍ଲାରେ ସର୍ବମୋଟ ୧୮୬୬ ଗୋଟି ମାମଲା ୨୪୪ ଗୋଟି ଫଇସଲା ହୋଇ ଜୋରିମାନା ବାବଦକୁ ୯୧ ହଜାର ୦୫୦ ଟଙ୍କା ଆଦାୟ ରାଜିନାମା ହୋଇଥିଲା । ଉକ୍ତ ଲୋକ ଅଦାଲତରେ କୋର୍ଟ ମ୍ୟାନେଜର ସଂଗ୍ରାମ କୁମାର ଜେନା, ଆଞ୍ଚଳିକ ବ୍ୟାଙ୍କ ପଦାଧିକାରୀ, ଆଇନଜୀବି, ବୀମା କମ୍ପାନି ଅଧିକାରୀ, ସରକାରୀ ଓକିଲ, ପ୍ରାଧିକରଣଙ୍କ କର୍ମଚାରି, କୋର୍ଟକର୍ମଚାରି ମାନେ ଉପସ୍ଥିତ ରହିଥିଲେ । ଏହାର ସଫଳତା ପାଇଁ ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।






