ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଭୁବନେଶ୍ଵର ଖଣ୍ଡଗିରି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ଏକ କାରରୁ ୧ କ୍ଵିଣ୍ଟାଲ ୩୫ କେ.ଜିର ଗଞ୍ଜେଇ ଜବତ କଲା ଏସଟିଏଫ୍ ଓ ଖଣ୍ଡଗିରି ପୋଲିସ। ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ କୋଲକାତାକୁ ଏକ ଟାଟା ଇଣ୍ଡିଗୋ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଗତକାଲି ସକାଳେ ଚାଲାଣ ବେଳେ ଭୁବନେଶ୍ଵର ଖଣ୍ଡଗିରି ଛକରେ ଏସଟିଏଫ୍ ଓ ଖଣ୍ଡଗିରି ପୋଲିସ ଚଢାଉ କରିଥିଲା। ଏହି ସମୟରେ କାର ଭିତରୁ ଏକ କ୍ଵିଣ୍ଟାଲ ୩୫ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ ମାଝି, ସୁଜୟ ମାଝି ଓ ପ୍ରଶାନ୍ତ କୁମାର ଗମାଙ୍ଗ। ପୋଲିସ ସେମାନଙ୍କୁ ଗିରଫ କରି ଏବେ ପଚରା ଉଚୁରା ଚଳାଇଛି।





