ଲକ୍ଷ୍ମୀପୁର ଖେରି, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଜଣେ ମହିଳାଙ୍କ ଶାଢ଼ୀ ଭିଡ଼ିବା ମାମଲାରେ ୬ ଜଣ ପୁଲିସ ସସ୍ପେଣ୍ଡ ହୋଇଛନ୍ତି। ସେମଧ୍ୟରୁ ଜଣେ ସିଓ, ଦୁଇ ଜଣ ଇନ୍ସପେକ୍ଟର ଓ ତିନି ସବ୍ ଇନ୍ସପେକ୍ଟର ଅଛନ୍ତି। ଲକ୍ଷ୍ମୀପୁରରେ ମହିଳା ଜଣଙ୍କର ଶାଢ଼ୀ ଭିଡ଼ା ମାମଲାରେ ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଆଉ ୪ଟି ଟିମ୍ ଗଠନ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିଜେପି ସାଂସଦ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଖା ବର୍ମାଙ୍କ ପ୍ରତିନିଧି ନଜର ଦେଖା ଯାଉଛନ୍ତି। ପସଗାଁ ବ୍ଲକରେ ସମାଜବାଦୀ ପାର୍ଟି ଆଶାୟୀ ମହିଳା ପ୍ରାର୍ଥୀଙ୍କୁ ଅସମ୍ମାନ କରିବା ମାମଲାରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହିତ ପୁଲିସ ଲୁଟ୍, ହଇରାଣ ପରି ଗମ୍ଭୀରକୁ ଆଧାର କରି ମାମଲା ରୁଜୁ କରିଛି।





