Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହ୍ରିତିକ-ଦୀପିକାଙ୍କ ଜଲୱା ଦେଖିବାକୁ ମିଳିବ

by ସଞ୍ଜୟ ସ୍ୱାଇଁ
July 10, 2021
in Lifestyle, NATIONAL NEWS
ହ୍ରିତିକ-ଦୀପିକାଙ୍କ ଜଲୱା ଦେଖିବାକୁ ମିଳିବ
32
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ପ୍ରଥମ ଥର ପାଇଁ ଏକ ସଙ୍ଗେ ସ୍କ୍ରିନ୍‌ ଶେଆର କରିବେ ବଲିଉଡର ୨ ଆଗ ଧାଡ଼ିର ଅଭିନେତା ତଥା ହାର୍ଟ ଥ୍ରୋବ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ। ‘ଫାଇଟର’ ଫିଲ୍ମରେ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ ଏହି ଯୋଡ଼ିଙ୍କ ଜଲୱା। ଏଥିପାଇଁ ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ ହୋଇସାରିଥିବା ବେଳେ ଏହାର ସୁଟିଂ ଜଲଦି ଆରମ୍ଭ ହେବ ବୋଲି ଜଣାଯାଇଛି। ସୋଶାଲ ମିଡିଆରେ ହ୍ରିତିକ ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ ତାଙ୍କ ସହ ଦୀପିକା ଓ ଅନ୍ୟ ଟିମ୍‌ ମେମ୍ବର୍ସ ନଜର ଆସିଛନ୍ତି। ଏହି ଫଟୋରେ ହ୍ରିତିକ ବ୍ଲାକ୍‌ ଟିସର୍ଟ ଓ କ୍ୟାପ୍‌ ପିନ୍ଧିଥିବା ବେଳେ ଲାଲ ରଙ୍ଗର ଆଉଟଫିଟ୍‌ରେ ଦୀପିକା ବି ଖୁବ୍‌ ଗର୍ଜିଅସ ଲାଗୁଛନ୍ତି। ଏହି ଫଟୋ କ୍ୟାପସନ୍‌ରେ ‘ଏହି ଗ୍ୟାଙ୍ଗ ଟେକଅପ୍‌ ପାଇଁ ରେଡି’ ବୋଲି ଲେଖିବା ସହ ହାସ୍‌ଟ୍ୟାଗ୍‌ ‘ଫାଇଟର’ ବୋଲି ଲେଖିଛନ୍ତି ହ୍ରିତିକ । ହ୍ରିତିକଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଥିବା ବେଳେ ଏ ଯାଏ ୯ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି। ହ୍ରିତିକଙ୍କ ବାର୍ଥଡେ ଅବସରରେ ‘ଫାଇଟର’ ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଏହି ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ଡାଇରେକ୍ଟ କରିବେ। ହ୍ରିତିକ ଓ ସିଦ୍ଧାର୍ଥଙ୍କ ଯୋଡ଼ି ପୂର୍ବରୁ ‘ବାଙ୍ଗ ବାଙ୍ଗ’ ଓ ’ୱାର’ ଭଳି ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି। ଏବେ ଉଭୟଙ୍କ ଯୋଡ଼ି ପୁଣି ଥରେ ‘ଫାଇଟର’ରେ କମାଲ ଦେଖାଇବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି। ‘ଫାଇଟର’ ଏକ ଆକ୍ସନଭିତ୍ତିକ ଫିଲ୍ମ ହେବ ବୋଲି ଏହାର ଟାଇଟଲରୁ ଜଣାପଡ଼ୁଥିବା ବେଳେ ଏଥିରେ ହ୍ରିତିକଙ୍କ ଦମଦାର ଷ୍ଟଣ୍ଡ ସିନ୍‌ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ତେବେ ଏହା ୨୦୨୨ ମସିହାରେ ରିଲିଜ ହେବ । ‘କହୋ ନା ପ୍ୟାର ହେ’ ଫିଲ୍ମରୁ ବଲିଉଡରେ ପାଦ ରଖିଥିବା ହ୍ରିତିକଙ୍କୁ ଯୁବବର୍ଗ ଖୁବ୍‌ ପସନ୍ଦ କରୁଥିବା ବେଳେ ଶେଷ ଥର ପାଇଁ ସେ ଫିଲ୍ମ ‘ୱାର’ରେ ନଜର ଆସିଥିଲେ। ଅପରପକ୍ଷେ, ଦୀପିକା ବି ବିବାହ ପରେ ଏବେ ସ୍ୱାମୀ ରଣବୀର ସିଂଙ୍କ ସହ କପିଲ ଦେଙ୍କ ବାୟୋପିକ୍‌ ‘୮୩’ ଓ ବଲିଉଡର ବାଦଶାହ ଶାହାରୁଖ ଖାଁଙ୍କ ସହ ଫିଲ୍ମ ‘ପଠାନ୍‌’ ରେ ନଜର ଆସିବେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!