ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ଚଳିତ ମାସ ୨୭ରେ ଆରମ୍ଭ ହୋଇ ୨୯ରେ ସରିବ । ସ୍ନାତକୋତ୍ତର ବା ପିଜି ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୦ରେ ସରିବ । ଏ ନେଇ ବିସ୍ତୃତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ୱେବସାଇଟ୍ରେ ପ୍ରକାଶ ପାଇଛି । ୟୁଜି ଶେଷବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବବ ଯାହା ୨୯ ତାରିଖରେ ଶେଷ ହେବ।






