Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍‌ ମହାମାରୀ ସମୟର ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଅନ୍ତର୍ଜାତୀୟ େୱବିନାର୍‌ ଉଦ୍‌ଯାପିତ

by ସଞ୍ଜୟ ସ୍ୱାଇଁ
July 9, 2021
in Feature News
କୋଭିଡ୍‌ ମହାମାରୀ ସମୟର ବିକଳ୍ପ ଶିକ୍ଷା ପଦ୍ଧତି ଉପରେ  ଅନ୍ତର୍ଜାତୀୟ େୱବିନାର୍‌ ଉଦ୍‌ଯାପିତ
56
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ କୋଭିଡ୍‌ ସମୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟ ଦେଶମାନଙ୍କରେ ବିକଶିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ହେଉଥିବା ଦୁଇଦିନିଆ ଅନ୍ତର୍ଜାତୀୟ େୱବିନାର୍‌ ଉଦ୍‌ଯାପିତ ହୋଇଯାଇଛି । େୱବିନାର୍‌ର ଦ୍ୱିତୀୟ ଦିବସରେ ଆଜି ଦୁଇଟି ବୈଷୟିକ ଅଧିବେଶନରେ ପାଞ୍ଚଟି ଗବେଷଣାମୂଳକ ଉପସ୍ଥାପନା କରାଯାଇଥିଲା । ଏହି ଉପସ୍ଥାପନାଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କା ତଥା ଭାରତୀୟ ରାଜ୍ୟ ଯଥା: ଆସାମ, କେରଳ ଓ ବିହାରରେ ପ୍ରଚଳିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଓ ପ୍ରଣାଳୀଗୁଡ଼ିକ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଉଭୟ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସଭାପତିତ୍ୱ କରିଥିଲେ ଓ ନିଜର ଅଭିଭାଷଣରେ ଓଡ଼ିଶାର ଅନୁଭୂତିକୁ ବର୍ଣ୍ଣନା କରିବା ସହିତ ଶ୍ରୀଲଙ୍କା ତଥା ଅନ୍ୟାନ୍ୟ ଭାରତୀୟ ରାଜ୍ୟମାନଙ୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପରୁ ଯାହା ଶିକ୍ଷା ମିଳିଛି ତାକୁ ଆଗାମୀ ଦିନରେ ଓଡ଼ିଶାରେ କିପରି ଆଦୃତ କରାଯାଇପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପଦେଷ୍ଟା, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଓ ୟୁନିସେଫ ଓଡ଼ିଶାର ଶିକ୍ଷା ବିଭାଗ ମୁଖ୍ୟ ଲଳିତା ପଟ୍ଟନାୟକ ଏହି େୱବିନାର କୋଭିଡ୍‌ ସମୟରେ ଏକ ସୁଚିନ୍ତିତ ଉଚିତ ପଦକ୍ଷେପ ବୋଲି ମତ ପ୍ରକାଶ କରିବା ସହିତ ଏହି େୱବିନାର୍‌ରୁ ପ୍ରାପ୍ତ ଶିକ୍ଷା ଓ ନୂତନ ଚିନ୍ତାଧାରାରୁ ଯେଉଁ ନିର୍ଯାସ ମିଳିଲା ତାକୁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୁ ଆଣି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଇଥିଲେ । ଶ୍ରୀମତୀ ଶେ୍ୱତା ମିଶ୍ର ଦ୍ୱିତୀୟ ଦିନର ଅଧିବେଶନଗୁଡ଼ିକୁ ପରିଚାଳନା କରିବା ସହିତ ସମସ୍ତ ଅଂଶଗ୍ରହଣକାରୀ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!