ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଘରେ କେହି ନଥିଲେ । ଘରକୁ ଡାକିଲା ପ୍ରେମିକା । ଷ୍ଟାଇଲ୍ ମାରି ଦେଖା କରିବାକୁ ପ୍ରେମିକା ଘରକୁ ଆସିଗଲା ପ୍ରେମିକ। ପ୍ରେମାଳାପରେ ମାତିଥିଲେ ଉଭୟ । କିନ୍ତୁ ସବୁ ଫସର ଫାଟିଗଲା । ହଠାତ ଆସିଗଲେ ଘର ଲୋକ । ଭୟରେ ପ୍ରେମିକକୁ ବାକ୍ସରେ ପୁରାଇ ତାଲା ପକାଇଦେଲା ପ୍ରେମିକା । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ଅଞ୍ଚଳରେ । ସୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ ରୁହନ୍ତି । ସେ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ଭଲରେ ମିଳାମିଶା କରିପାରୁନଥିଲେ । କିନ୍ତୁ ଆଜି ଯୁବତୀଙ୍କ ଘରେ କେହି ନଥିଲେ । ଏଥିପାଇଁ ସେ ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ପ୍ରେମିକ ମଧ୍ୟ ଖୁସିରେ ଯୁବତୀଙ୍କ ଘରକୁ ଆସିଥିଲେ । କିନ୍ତୁ ସବୁ ବିଗିଡିଗଲା । ଉଭୟେ ପ୍ରେମାଳାପରେ ମାତିଥିବା ବେଳେ ଯୁବତୀଙ୍କ ଭାଇ ପଳାଇ ଆସିଥିଲେ । ଏତିକିରେ କଥା ସରିଗଲା । ଯୁବତୀଜଣଙ୍କ ବାଟ ନପାଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକକୁ ପୁରାଇ ଦେଇଥିଲେ । ଏପରିକି ତାଲା ମଧ୍ୟ ପକାଇଥିଲେ । ତେବେ ଘରଲୋକେ ଏହା ଜାଣିପାରି ଯୁବତୀଙ୍କୁ ବାକ୍ସର ତାଲା ଖୋଲିବାକୁ କହିଥିଲେ । କିନ୍ତୁ ଯୁବତୀ ଭୟରେ ଖୋଲି ନଥିଲେ ।ଏହି ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ହେବା ପରେ ଯୁବତୀଙ୍କ ଘରେ ଗହଳି ଲାଗିଥିଲା । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।





