Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୀତାକୁ ନୁଆ ଜୀବନ ଦେଇଥିଲେ ବିଭୁତି, ଏବେ କଲେ କନ୍ୟା ଦାନ

by ସଞ୍ଜୟ ସ୍ୱାଇଁ
July 8, 2021
in Lifestyle, State
ଅନୀତାକୁ ନୁଆ ଜୀବନ ଦେଇଥିଲେ ବିଭୁତି, ଏବେ କଲେ କନ୍ୟା ଦାନ
209
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ସ୍ୱାର୍ଥପର ଦୁନିଆରେ ଦରକାର ପଡ଼ିଲେ ନିଜ ଲୋକ ପର କରି ମୁହଁ ବୁଲାଇ ଦେଉଛନ୍ତି। ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ପରକୁ ଆପଣାଇ ମାନବିକତାର ପରିଚୟ ଦେଉଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କଟକର ସମାଜସେବୀ ବିଭୂତି ରାୟ। ୧୨ ବର୍ଷେ ପୂର୍ବେ କଟକ ବଡ଼ ମେଡିକାଲରେ ଏକାକୀ ଥିବା ଏକ କୁନି ଝିଅର ସେବା କରି ତାକୁ ନୂଆ ଜୀବନ ଦେଇଥିଲେ ବିଭୂତି। ଝିଅଟି ବଞ୍ଚିଗଲା ସିନା ତା’ର ନିଜର ବୋଲି କେହି ନ ଥିବାରୁ ତାକୁ କୋଳେଇ ନେଲେ । ସେବେଠୁ ନିଜ ଝିଅ ଭାବେ ପାଳି ଗେଲବସରରେ ବଢ଼ାଇ ଏବେ ତା’ର କନ୍ୟାଦାନ ବି କଲେ। କଟକ ସତୀଚଉରା ମଶାଣିରେ ଶହଶହ କରୋନା ମୃତକଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିବା କଟକର ସମାଜସେବୀ ବିଭୂତି ରାୟ ଏବେ ଏକ ନିଆରା କାର୍ୟ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ ବର୍ଷ ତଳେ ଏକ ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଏକ ଛୋଟ ଝିଅଟିଏ ମଧ୍ୟ ଆସିଥିଲା । ମେଡିକାଲରେ ସ୍ୱେଚ୍ଛାସେବୀ କାମ କରୁଥିବା ବିଭୂତି ସେହି ଅଜଣା ଝିଅର ସେବା କରି ତାର ଜୀବନ ବଞ୍ଚାଇଥିଲେ । ଏହାପରେ ସେହି ଝିଅର କେହି ପରିବାର ଲୋକେ ନ ଆସିବାରୁ ବିଭୂତି ତାକୁ ପୋଷ୍ୟ କନ୍ୟା ଭାବେ ଆଦରି ନେଇ ତାର ନାଁ ଦେଇଥିଲେ ଅନୀତା । ନିଜର ଆଉ ଦୁଇଟି କନ୍ୟା ଥିଲେ ମଧ୍ୟ ବିଭୂତି ଓ ତାଙ୍କ ସ୍ତ୍ରୀ ନିଜ ପିଲାମାନଙ୍କ ଠାରୁ ଅଧିକ ଭଲ ପାଉଥିଲେ ଅନୀତାଙ୍କୁ। ଏବେ ଏକ ଯୋଗ୍ୟ ବର ଦେଖି ସେ ଅନୀତାଙ୍କୁ ବାହା ଦେଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ବାପ ଘରୁ ଚାଲିଯିବା କୋହକୁ ଛାତିରେ ଚାପି ରଖି ଅନିତା କହିଛନ୍ତି, “ବାପା ସମାଜସେବା କରନ୍ତି। ମୋତେ ମେଡିକାଲରୁ ପାଇ ଆଣି ଘରେ ରଖିଲେ। ଭଲ ଜାଗାରେ ବାହା ଦେଉଛନ୍ତି। ସେମାନେ ମୋ ବାପାମା’ ନୁହନ୍ତି, ଭଗବାନ। ଜନ୍ମ କଲା ବାପାମା’ ବି ଏତିକି କରି ନ ଥାନ୍ତେ। ମୁଁ ବହୁତ ଖୁସି।” ଦେହରୁ ଅଙ୍ଗ ଗଲେ ଯେପରି ପରିସ୍ଥିତି ହୁଏ, ମୋର ଏବେ ସେପରି ପରିସ୍ଥିତି । ଝିଅ ଦିନେ ନା ଦିନେ ଶାଶୁ ଘରକୁ ଯିବ, ତାହା ବିଧିର ବିଧାନ । ସେଥିପାଇଁ ଛାତିରେ ପଥର ରଖି ଝିଅକୁ ଶାଶୁ ଘରକୁ ପଠାଉଛି। ଯାହା ଘରକୁ ଯାଉଛି, ସେମାନେ ତାକୁ ନିଜର କରି ରଖନ୍ତୁ। ଝିଅ ବି କେବେ ନିଜ କର୍ତ୍ତବ୍ୟରେ ହେଳା ନ କରୁ ବୋଲି ଭଗବାନଙ୍କୁ ଡାକୁଛି ବୋଲି କହିଛନ୍ତି ବିଭୂତି ରାୟ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!