ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ନିଜ ଭାଉଜକୁ ଦୁଷ୍କର୍ମ କରିବା ପାଇଁ ଦିଅର ରଚିଲା ଷଡ଼ଯନ୍ତ୍ର । ଆଉ ସହଯୋଗୀ ସହିତ ମିଶି ଏକ ଭଡ଼ାଘରେ ରଖି ଏପରି କାଣ୍ଡ ଭିଆଇ ଫେରାର ହୋଇଗଲା । ଏହି ଘଟଣାରେ ସହଯୋଗୀକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ନୀଳା ପଟ୍ଟନାୟକ । ଘର ନୀଳାଦ୍ରି ବିହାରର ଏକ ବସ୍ତିରେ । ମୁଖ୍ୟ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛି । ୬ ଦିନ ପୂର୍ବେ ପୀଡ଼ିତା ମହିଳା(ଭାଉଜ)ଙ୍କୁ ତାଙ୍କ ଦିଅର ନେଇ ଯାଇ ସାଲିଆ ସାହିରେ ରଖିଥିଲେ । ତାଙ୍କୁ ସହଯୋଗ କରିଥିଲେ ନୀଳା । ସେଠାରେ ରହିବା ଭିତରେ ଦିଅର ଓ ସହଯୋଗୀ ମିଶି ଭାଉଜଙ୍କୁ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ପୂର୍ବେ ଦୁଇ ଜଣଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ମହିଳା । ପୁଲିସ ମମଲା ରୁଜୁ କରି ଦୁଇ ଜଣଙ୍କୁ ଖୋଜା ଖୋଜି କରୁଥିଲା ବେଳେ ସହ ଯୋଗୀ ଧରିବା ସଫଳ ହୋଇଛି।





