ନୟାଗଡ଼,(ବାଘୁଆବାର୍ତ୍ତା): ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ ୩୦ ପରିବର୍ତ୍ତେ ଜୁଲାଇ ୨୫ ତାରିଖ ପର୍ୟ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ଏବଂ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ ଆଗରେ ବିକ୍ଷୋଭ ପଦର୍ଶନ କରାଯିବା ସହ ପ୍ରତିବାଦ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡ଼ା, ଜିଲ୍ଲା ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ଜିଲ୍ଲା କଂଗ୍ରେସ ହରିଜନ ସେଲ ଅଧ୍ୟକ୍ଷ ଭଗବାନ ମଲ୍ଲିକ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ।






