Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓ ଅଲିମ୍ପିକସ୍‌ରେ ଅଂଶଗ୍ରହଣକାରୀ ଖେଳାଳୀମାନଙ୍କୁ ରାଜ୍ୟପାଳଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

by ସଞ୍ଜୟ ସ୍ୱାଇଁ
July 7, 2021
in Feature News
ଟୋକିଓ ଅଲିମ୍ପିକସ୍‌ରେ ଅଂଶଗ୍ରହଣକାରୀ ଖେଳାଳୀମାନଙ୍କୁ  ରାଜ୍ୟପାଳଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ
35
VIEWS
Share on FacebookShare on Twitter

ଭୁବନେଶ୍ଵର,(ବାଘୁଆବାର୍ତ୍ତା): ଚଳିତ ବର୍ଷ ଟୋକିଓ ଅଲିମ୍ପିକସ୍‌ରେ ଅଂଶଗ୍ରହଣ କରୁଥିବା କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ ଜଣ ପ୍ରତିନିଧିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳତା କାମନା କରିଛନ୍ତି । ସେମାନଙ୍କର କୃତି ଓ କୃତିତ୍ୱ ମାଧ୍ୟମରେ ରାଜ୍ୟ ତଥା ଦେଶ ଗୌରବାନ୍ୱିତ ହେବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ଗଭୀର ଆସ୍ଥା ଏବଂ ବିଶ୍ୱାସ ପୋଷଣ କରିଛନ୍ତି । ଆଜି ରାଜଭବନରେ ଦ୍ୱିତୀୟ ଥର ଅଲିମ୍ପିକସ୍‌ରେ ୧୦୦ ଓ ୨୦୦ ମିଟର ଦୌଡ଼ ଭଳି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବା ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରି ରାଜ୍ୟପାଳ ଅଲିମ୍ପିକସ୍‌ରେ ତାଙ୍କର ନିଶ୍ଚିତ ସଫଳତା କାମନା କରିଛନ୍ତି । ଅସିଚାଳିକା ସି.ଏ. ଭବାନୀ ଦେବୀ ଓ ଜାଭେଲିନ୍‌ ଥ୍ରୋ ଖେଳାଳୀ ଶିବପାଲ ସିଂହ ଅନ୍‌ଲାଇନ୍‌ରେ ଯୋଡ଼ି ହୋଇ ରାଜ୍ୟପାଳଙ୍କ ଆଶୀର୍ବାଦ କାମନା କରିଥିଲେ ଏବଂ ରାଜ୍ୟପାଳ ସମସ୍ତଙ୍କର ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟପାଳ ତିନିଜଣ ଖେଳାଳୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚୁ୍ୟତ ସାମନ୍ତ ଓ ରାଜ୍ୟପାଳଙ୍କ ସଚିବ ଡ. ପି.କେ. ମେହେର୍ଦ୍ଦା ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!