ସୋର, (ବାଘୁଆବାର୍ତ୍ତା): ଦ୍ୱିତୀୟ ବିବାହ ଯୋଜନା ହେଲା କାଳ । ଶଶୁର ଘରେ ଜ୍ୱାଇଁକୁ ବାନ୍ଧି ନିସ୍ତୁକ ମାଡ ମାରିଲେ ଲୋକ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଏପରିକି ଗଡାଇ ତଡାଇ ସ୍ତ୍ରୀ, ଶଶୁର ଶାଶୁ ନିସ୍ତୁକ ପିଟିଛନ୍ତି । ସୋର ବ୍ଲକ ବାଳଙ୍ଗ ଗ୍ରାମର ଦିପୁ ଧଳ ସୋର ପୌରପାଳିକା ପୂରୁଣା ମାଛ ହାଟରୁ ବର୍ଷକ ତଳେ ଜୈନେକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ । ଗତକାଲି ଦୀପୁ ଶଶୁର ଘରକୁ ଯାଇଥିଲା । ପୂର୍ଵରୁ ତାର ସ୍ତ୍ରୀ ଶଶୁର ଓ ଶାଶୁ ଦ୍ୱିତୀୟ ବିବାହ ପ୍ରସ୍ତାବ ସମ୍ପର୍କରେ ଖବର ପାଇଥିଲେ । ଦିପୁ ସବୁବେଳେ ମଦ ପିଇ ସ୍ତ୍ରୀକୁ ମାରପିଟ କରୁଥିବାରୁ ତାର ସ୍ତ୍ରୀ ବାପ ଘର ପୂରୁଣା ମାଛ ହାଟକୁ ପଳାଇ ଆସିଥିଲା । ଗତକାଲି ଦିପୁ ଶ୍ୱଶୁର ଘରେ ପହଞ୍ଚିବା ପରେ ପୂର୍ବଫରୁ ପ୍ରସ୍ତୁତ ହୋଇ ରହିଥିବା ସ୍ତ୍ରୀ ଶଶୁର ଶାଶୁ ଦିପୁକୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଆଉ ଏହି ଦୃଶ୍ୟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।





