କଟକ, (ବାଘୁଆବାର୍ତ୍ତା): କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ରମେଶ ଭୋଇ , ସେ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡିଛି । କଟକ ଜଗତପୁର କଣିବାଟି ନିକଟ କେନାଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ତା ପରେ ଆଉ ଘରକୁ ଫେରିନଥିଲେ। ସକାଳୁ କେନାଲ ଭିତରେ ତାଙ୍କର ମୃତଦେହ ମିଳିବା ସହିତ କେନାଲର ପୋଲ ଉପରେ ରକ୍ତ ଦାଗ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





