Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମୀଯୁଗଳ ଉଦ୍ଧାର ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଚୋଟରେ ସରପଞ୍ଚ ଗୁରୁତର

by ସଞ୍ଜୟ ସ୍ୱାଇଁ
July 7, 2021
in State
ପ୍ରେମୀଯୁଗଳ ଉଦ୍ଧାର ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଚୋଟରେ ସରପଞ୍ଚ ଗୁରୁତର
547
VIEWS
Share on FacebookShare on Twitter

ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମରେ ବିଳମ୍ବିତ ରାତିରେ ରକ୍ତାକ୍ତ ସଂଘର୍ଷ । ବ୍ରାହ୍ମଣଛାଇ ସରପଞ୍ଚ ସତ୍ୟନାରାୟଣ ପୃଷ୍ଟିଙ୍କ ସମେତ ୬ ଜଣ ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି । ଗ୍ରାମର ପଞ୍ଚୁଦୋଳ ସାହିରେ ରାତି ପ୍ରାୟ ୧୧ଟା ବେଳେ ସଂଘର୍ଷ ଘଟିଛି । ପ୍ରଥମେ ଗ୍ରାମର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବାପରେ ଉଭୟ ପକ୍ଷ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଘଟିଥିଲା । ଆହତ ସରପଞ୍ଚ ସତ୍ୟନାରାୟଣଙ୍କ ସମେତ ସ୍ଵରାଜ୍ୟ ପ୍ରଧାନ, ଚନ୍ଦନ ପ୍ରଧାନ, କୃଷ୍ଣ ପ୍ରଧାନ, ଶିବ ପ୍ରଧାନ ଓ ସମୀର ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ସମସ୍ତଙ୍କୁ ହିଞ୍ଜିଳି ପୋଲିସ ଉପସ୍ଥିତିରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଉଛି । ପ୍ରାୟ ୨ ମାସ ତଳେ ଗ୍ରାମର ଦୁଇ ପ୍ରେମୀଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ କିଛି ବ୍ୟକ୍ତି ଉଦ୍ଧାର କରି ଥାନାର ଜିମା ଦେଇଥିଲେ । ସେମାନଙ୍କୁ ଥାନାରେ ଅଟକ ରଖି ଗ୍ରାମର ଭଦ୍ରବ୍ୟକ୍ତି ଓ ଉଭୟ ପରିବାର ଲୋକ ଥାନାରେ ପହଞ୍ଚିଥିଲେ । ହିଞ୍ଜିଳି ଥାନାରେ ଗ୍ରାମବାସୀ ଓ ଉଭୟ ପରିବାରଙ୍କ ଉପସ୍ଥିତିରେ ମାମଲାର ସମାଧାନ ହୋଇଥିଲା । ବୁଧବାର ରାତିରେ ଏହି ଘଟଣାକୁ ନେଇ ଉଭୟ ପୁଅ ଓ ଝିଅ ଘର ସମର୍ଥିତ ଗୋଷ୍ଠୀ ମଧ୍ୟରେ ବଚସା ଓ ଯୁକ୍ତିତର୍କରୁ ଗଣ୍ଡଗୋଳ ଆରମ୍ଭ ହେଲା । କିଛି ବ୍ୟକ୍ତି ଗ୍ରାମର ବିଦ୍ୟୁତ ସଂଯୋଗ କାଟି ଦେଇ ଖଣ୍ଡା, କାତି ଧରି ଅନ୍ଧାରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏ ସମୟରେ ଖବରପାଇ ସରପଞ୍ଚ ପହଞ୍ଚି ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ସେ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!