କେସିଙ୍ଗା, (ବାଘୁଆବାର୍ତ୍ତା): ଆଜି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରାସ୍ଥିତ ଜୋଲୋକୋ ରେତନଦୀ ନିକଟରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୪.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଆନିକଟର ଶୁଭାରମ୍ଭ ଭିଡିଓ କନ୍ଫେରେନ୍ସ ମାମଧ୍ୟମରେ କରିଛନ୍ତି । ଏହି ଆନିକଟ ଦ୍ୱାରା ଜଳସଂଗ୍ରହ ହେବା ସହ ଏହା ପ୍ରାୟ ୯ ହଜାର ଚାଷୀ ପରିବାର ଉପକୃତ ହେବେ ବୋଲି ଜଣାପଡିଛି । ଏହି ଅବସରରେ ୫ଟି ସଚିବ ପାଣ୍ଡିୟାନ ଭିଡିଓ କନ୍ଫେରେନ୍ସ ମାଧ୍ୟମରେ କେସିଙ୍ଗା ବ୍ଲକର ଚାଷୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବିଶେଷ କରି ମହିଳା ଚାଷୀ ଏଥିରେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଭିଡିଓ କନ୍ପେରେନ୍ସରେ ଗୃହ, ଶକ୍ତି ଏବଂ ଏମଏସଏମଇ ରାଜ୍ୟମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଭବାନୀପାଟଣା ସଦର ପୂର୍ବତନ ବିଧାୟକ ଦିଷ୍ମନ୍ତ ନାଏକ କେସିଙ୍ଗା ବ୍ଲକ ସଭାଗୃହରେ ଉପସ୍ଥିତ ଥିଲେ । ୫ଟି ସଚିବ ସହ ଭିଡିଓ କନ୍ଫେରେନ୍ସ ରେ କେସିଙ୍ଗା ବ୍ଲକର ବିଜେଡି ବ୍ଲକ ସଭାପତି ପୁରୁଷୋତ୍ତମ ମହଲା, ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ପ୍ରାୟ ପନ୍ଦର ଜଣ ପ୍ରମୁଖ ଚାଷୀ ଅଂଶ ଗ୍ରହଣ କରିବା ସହ ନିଜ ଅଞ୍ଚଳର ସମସ୍ୟା ଗୁଡିକ ୫ଟି ସଚିବଙ୍କୁ ଜଣାଇବା ସହ ଧନ୍ୟବାଦ ଦେଇଥିଲେ । ମନ୍ତ୍ରୀ କ୍ୟାପଟେନ ମିଶ୍ର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଜୋଲକୋ ନିକଟରେ ରେତ ନଦୀ ରେ ଏକ ଆନିକଟ ନିର୍ମାଣ କରାଯାଇ ଅନ୍ତଃନଦୀ ସଂଯୋଗୀକରଣ ପରିଯୋଜନା ମାଧ୍ୟମରେ ସେଠାରେ ଜଳସଂଗ୍ରହ ବ୍ୟବସ୍ଥା କରାଯିବ ଯାହା ଫଳରେ କେସିଙ୍ଗା ବ୍ଲକର ବୋରିଆ, ଜୋଲକୋ, କିକିଆ ଆଦି ଅଞ୍ଚଳର ପ୍ରାୟ ୯୦୦୦ ଚାଷୀ ଜଳସେଚନର ସୁବିଧା ପାଇବା ସହ ଚାଷୀକୂଳର ଉନ୍ନତି ହେବ ବୋଲି କହିଥିଲେ । ଆଜି ଏହି ଭିଡିଓ କନ୍ଫେରେନ୍ସରେ ଅଞ୍ଚଳର ମହିଳାଚାଷୀମାନେ ଯୋଗଦେଇଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ଖୁସି ପ୍ରକଟ କରିବା ସହ ଗର୍ବ ଅନୁଭବ କରୁଛି ବୋଲି କହିଥିଲେ ।





